ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ପାଇଁ ମାହାଙ୍ଗା ବଳିଦାନ ଦେଇଛି । ମାହାଙ୍ଗାର ବିଜେପି କାର୍ଯ୍ୟକର୍ତ୍ତା ସ୍ୱର୍ଗତ କୁଳମଣି ବରାଳ ଗରିବ ଲୋକଙ୍କ କଲ୍ୟାଣ ପାଇଁ ଦେଇଥିବା ବଳିଦାନ କେବେ ବ୍ୟର୍ଥ ଯିବ ନାହିଁ । ଚଳିତବର୍ଷ ବଜେଟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ବ୍ୟୟ ବରାଦ ୬୬% ବା ୭୯,୦୦୦ କୋଟି ଟଙ୍କାରୁ ଅଧିକ କରାଯାଇଛି । ଓଡ଼ିଶା ପାଇଁ ଅତିରିକ୍ତ ସାଢେ ୯ ଲକ୍ଷ ଅତିରିକ୍ତ ଘର ଯାଇଛି । ରାଜ୍ୟରେ ଘର ଆବଣ୍ଟନରେ ଗରିବ ଶ୍ରେଣୀ ଲୋକମାନଙ୍କୁ ବଂଚିତ କରିବାର ଷଡଯନ୍ତ୍ର ହେଉଛି । ଓଡ଼ିଶାର ଗାଁ ଗଣ୍ଡାରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ଉତ୍ସବ ପାଳନ କରାଗଲା । ଅଥଚ ମୋଦି ଦେଉଥିବା ଟଙ୍କାରେ ଯୋଗ୍ୟ ଲୋକଙ୍କୁ ଘର ମିଳୁନାହିଁ । ମନରେଗାରେ କାମ ମିଳୁନି ଓ ଟଙ୍କା ହଡପ ହେଉଛି ।
ମାହାଙ୍ଗା ଏକ ଭୂଖଣ୍ଡ ନୁହେଁ । ଓଡ଼ିଶାର ସଂସ୍କୃତି, ପରମ୍ପରା, କଳା, ଐତିହ୍ୟ, ସାହିତ୍ୟର ଅନନ୍ୟ କ୍ଷେତ୍ର ହେଉଛି ମାହାଙ୍ଗା । ମାହାଙ୍ଗାର ବିଚାର ଓଡ଼ିଶାକୁ ପ୍ରଭାବିତ କରେ । ମାହାଙ୍ଗାରେ ବିଶ୍ୱକୁ ପ୍ରଭାବିତ କରିବା ଭଳି ମହାପୁରୁଷ ଅଚ୍ୟୁତନନ୍ଦ ଗାଦି, ଅରକ୍ଷିତ ଦାସ ଓ ହାଡ଼ି ଦାସଙ୍କ ପୀଠ ରହିଛି ।
ଅର୍ଥମନ୍ତ୍ରୀ କହିଲେ ଅମୃତ କାଳର ବଜେଟ ଭାରତକୁ ବିକଶିତ କରିବ । ମୋଦି ସରକାର ଲୋକାଭିମୁଖୀ ସରକାର ସେ ଦେଶର ସେବକ ଭାବେ ଦାୟିତ୍ୱ ନେଇଛନ୍ତି । ମାହାଙ୍ଗାର କଲ୍ୟାଣ ଓ ଓଡ଼ିଶାର ଗରିବ ଲୋକଙ୍କ ହିତ ପାଇଁ ସଂକଳ୍ପ ନେବ । ମୋଦି କରିଥିବା ଯୋଜନାକୁ ଓଡ଼ିଶାରେ ଗାଁ ଗାଁରେ ପହଞ୍ଚାଇବା ପାଇଁ ପଡିବ । ଲୋକଙ୍କ ଭିତରେ ଜାଗରଣ ତିଆରି କରିବା ପାଇଁ ପଡିବ । ଆମେ ସମସ୍ତେ କାର୍ଯ୍ୟକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କର ଅନୁଯାୟୀ ଭାବେ ଓଡ଼ିଶା ରେ ସୁଶାସନ ପ୍ରତିଷ୍ଠା ଓ କଲ୍ୟାଣକାରୀ ବ୍ୟବସ୍ଥା ତିଆରି କରିବା ପାଇଁ ଜନଜାଗରଣ ତିଆରି କରିବା ଦରକାର ଏବଂ ମୋଦିଜୀଙ୍କ ବାର୍ତ୍ତାକୁ ରାଜ୍ୟର ୧ କୋଟି ଘରେ ପହଞ୍ଚାଇବା ସହ ଓଡ଼ିଆ ଲୋକଙ୍କ ଦାୟିତ୍ୱ ନେବା ପାଇଁ ସଂକଳ୍ପ କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ରାଜନୀତି ଖବର ଆହୁରି ପଢନ୍ତୁ ।