ଅଧିକ ପଢନ୍ତୁ ଓଡ଼ିଶା ଖବର
ମାତୃଭାଷାରେ ପଠାପଢ଼ାହେଲେ ‘କୁଇ ଓ ଦେଶିଆ’ ଭାଷାଭାଷି ପିଲାଙ୍କର ପାଠପଢା ପ୍ରତି ଆଗ୍ରହ ବଢିବ ଏବଂ ସେମାନଙ୍କ ମଧ୍ୟରେ ସୃଜନଶୀଳତା ବିକଶିତ ହୋଇପାରିବ । ସେଥିପାଇଁ କୁଇ ଏବଂ ଦେଶିଆ ଭାଷାରେ ଶୁଣିବା, କହିବା, ପଢିବା ଏବଂ ଲେଖିବା ପାଇଁ ବର୍ଣ୍ଣବୋଧକୁ ଗୁରୁତ୍ଵ ଦିଆଯାଇଛି । ଆଦିବାସୀ ଭାଷା ପାଠ୍ୟ ପୁସ୍ତକରେ ସାମିଲ ହେବ ଆଉ ପିଲା ଆଦିବାସୀ ଭାଷାରେ ଅଧ୍ୟୟନ କରିବେ ଏବଂ ଅନେକ ଜ୍ଞାନ କୌଶଳ ଆହରଣ କରିବା ସହ ଏହା ଓଡ଼ିଶାରେ ପ୍ରଥମ ଥର ଆମ ଆଦିବାସୀ ଭାଷାର ପ୍ରଚାର ପ୍ରସାର ହେବ ଏହା ଆଦିବାସୀଙ୍କ ପାଇଁ ଗର୍ବ ଓ ଗୌରବର କଥା l
ମୋଦି ସରକାର ଆଣିଥିବା ଜାତୀୟ ଶିକ୍ଷା ନୀତିରେ ମଧ୍ୟ ମାତୃଭାଷା ଓ ସ୍ଥାନୀୟ ଭାଷାରେ ପାଠପଢାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ଏବେ ଏହି ଘଟଣାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଏବେ ଆଦିବାସୀ l ତେଣୁ ସେଥିପାଇଁ ଏବେ ସାରା ରାଜ୍ୟରେ ଏହାକୁ ସ୍ବାଗତ କରାଯାଇଛି । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଇଲାକାଗୁଡ଼ିକରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସାରେ ଶତମୁଖ ସମସ୍ତେ ।