ଭିନ୍ନ ଭିନ୍ନ ସମୟରେ ଓଡ଼ିଆ ଜାତି କେବେ ବି କାହା ଆଗରେ ମୁଣ୍ଡ ନୁଆଁଇ ନ ଥିଲା । ସେପଟେ ସମୁଦ୍ର, ଜଙ୍ଗଲ, ଖଣି ସହ ଓ ଅନେକ ସମ୍ଭାବନାର ରାଜ୍ୟ ହେଉଛି ଓଡ଼ିଶା ।
ଓଡ଼ିଶା ପ୍ରତି ପ୍ରକୃତି ମାତାର ଅଧିକ ଆଶୀର୍ବାଦ ରହିଛି । ଯାହାକୁ ଆଧାର କରି ଓଡ଼ିଆ ଜାତିକୁ ପୁଣି ସମୃଦ୍ଧ କରିବାକୁ ସଂକଳ୍ପ ନେବାକୁ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀମନ୍ଦିରର ବିକାଶ ପାଇଁ ବ୍ୟାଙ୍କରେ ବି ‘ସମର୍ପଣ ନିଧି’ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ଫେସବୁକରେ ଓଡ଼ିଆଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରାପଡ଼ାରେ ଖୁବଶୀଘ୍ର ଷ୍ଟିଲପ୍ଲାଣ୍ଟ ଆରମ୍ଭ ହେବା କଥା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।