130 करोड़ देशवासियों के महासंकल्प को नयी ऊँचाइयों पर ले जाने के लिए प्रधानमंत्री श्री @narendramodi जी ने #SocialDistancing का पालन करते हुए हम सब को अपने घरों से 5 अप्रैल को रात 9 बजे कोरोना के अंधकार को चुनौती देने एवं हमारे ताक़त के प्रकाश का परिचय कराने का आह्वान किया है। pic.twitter.com/bSNHyoPXY1— Dharmendra Pradhan (@dpradhanbjp) April 3, 2020
ଦେଶବାସୀଙ୍କ ସଂଯମ, ସଂକଳ୍ପ, ସାମୂହିକ ଶକ୍ତି ନିଶ୍ଚିତ ରୂପେ ବିଶ୍ୱ ମହାମାରୀ ବିରୋଧରେ ବିଜୟ ହାସଲ କରିବା ପାଇଁ ଭାରତକୁ ଅଗ୍ରସର କରିବ । କୋରୋନା ପାଇଁ ଯେଉଁ ଅନ୍ଧକାର ଓ ଅନିଶ୍ଚିତତା ସୃଷ୍ଟି ହୋଇଛି ତାହାକୁ ସାମାପ୍ତ କରିବା ପାଇଁ ସବୁ ଦେଶବାସୀ ଆଲୋକ ଆଉ ନିଶ୍ଚିତତା ଆଡ଼କୁ ଗତି କରିବାକୁ ପଡ଼ିବ ବୋଲି ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଏହାସହ ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ଆସନ୍ତୁ ସମସ୍ତେ ମିଶି 5 ଏପ୍ରିଲ, ରାତି 9ରେ 9 ମିନିଟ ନିଜ ନିଜ ଘରେ ସାମଜିକ ଦୂରତ୍ୱକୁ ପାଳନ କରିବା ସହ ଘରେ ଜଳୁଥିବା ଲାଇଟକୁ ବନ୍ଦ କରି ମହମବତି, ଦୀପ, ମୋବାଇଲ କିମ୍ବା ଟର୍ଚ୍ଚ ଲାଇଟ୍ ଜଳାଇ 130 କୋଟି ଭାରତୀୟ ଏକତା, ସାମୂହିକ ସଂକଳ୍ପ ଏବଂ ମହାଶକ୍ତିର ପ୍ରତୀକର ପରିଚୟ ଦେବା ।’