Had a video conference with HRH Prince Abdulaziz, Saudi Minister of Energy and Mr Amin Nasser, President & CEO @Saudi_Aramco. We discussed about the global oil market developments and on uninterrupted LPG supplies from Saudi Arabia to India.— Dharmendra Pradhan (@dpradhanbjp) March 29, 2020
ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦି ଆରବର ରାଜା ତଥା ଶକ୍ତି ମନ୍ତ୍ରୀ ଅବଦୁଲ ଅଜିଜ୍ ଏବଂ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିନ ନାସିରଙ୍କ ସହ ଭିଡିଓ କନଫରେନ୍ସିଂରେ ଏନେଇ ଆଲୋଚନା କରିଛନ୍ତି । ଏହି ସମୟରେ ବିଶ୍ୱ ତୈଳ ବଜାରର ଉନ୍ନତିକରଣ ଏବଂ ନିରବଚ୍ଛିନ ଏଲପିଜି ଯୋଗାଣ ସଂପର୍କରେ ଆଲୋଚନା ହୋଇଥିବା ନେଇ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ।
ଏହାସହ ସାଉଦି ଆରବ ପ୍ରିନ୍ସ ଅବଦୁଲ ଅଜିଜ୍ ଆଗାମୀ ଦିନରେ ଏଲପିଜି ଚାହିଦା ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିବା ମଧ୍ୟ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।