ଦୀପିକାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର।
କୋରୋନା ମୁକାବିଲା, ଗୋଟିଏ ମାସର ଦରମା ସହ ଏକ କୋଟି ଦେଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: କୋରୋନା ମୁକାବିଲା ପାଇଁ ଗୋଟିଏ ମାସର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସାଂସଦ କଲ୍ୟାଣ ପାଣ୍ଠିରୁ 1 କୋଟି ଟଙ୍କା ମଧ୍ୟ ଜାତୀୟ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଥିବା ନେଇ ଟ୍ୱିଟ୍ର ମାଧ୍ୟମରେ ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
କୋରୋନା ମୁକାବିଲା ପାଇଁ ପିଏମ କେୟାରସ୍ ନାମରେ ଏକ ପାଣ୍ଠି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଦେଶର ଏଭଳି ଏକ ପରିସ୍ଥିତିରେ ସହାୟତାର ହାତ ବଢ଼ାଇବାକୁ ଦେଶବାସୀଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ମୋଦି ।
ଏହାକୁ ନଜରରେ ରଖି ବହୁ ବ୍ୟକ୍ତି ଏବଂ ସଂଗଠନ ପିଏମ୍ କେୟାରସ୍ ଫଣ୍ ରେ ଟଙ୍କା ପଠାଉଥିବା ଦେଖିବାକୁ ମିଳିଛି ।
ସେହିଭଳି ଗତକାଲି ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କୋରୋନା ମୁକାବିଲା ପାଇଁ ସବୁ ବିଜେପି ସାଂସଦ ଏକ କୋଟି ଲେଖାଏଁ ଦେବେ ବୋଲି କହିଥିଲେ ।

Download Argus News App
