ଗଞ୍ଜାମ ଜିଲ୍ଲାର ଟାଣୁଆ ନେତା ଭାବେ ପରିଚିତ ଥିଲେ ରାମକୃଷ୍ଣ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ସମୟରୁ ସେ ରାଜନୀତିରେ ସକ୍ରିୟ ଥିଲେ। ଉତ୍କଳ କଂଗ୍ରେସ, ଜନତା ପାର୍ଟି, ଜନତା ଦଳ ଓ ବିଜେଡି ଟିକେଟରେ ସେ ନିର୍ବାଚନ ଜିତିଥିଲେ ।
ଗଞ୍ଜାମ କୋଦଳା ବିଧାନସଭା ଆସନରୁ ସେ ୬ଥର ନିର୍ବାଚିତ ହୋଇଥିଲେ । ଅର୍ଥ, କୃଷି, ଗ୍ରାମ୍ୟ ଉନ୍ନୟନ ପରି ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । କ୍ୟାରିଅରର ଶେଷ ଭାଗରେ ସେ ବିଜେପିରେ ଯୋଗ ଦେଇଥିଲେ।
ତାଙ୍କ ଦେହାନ୍ତରେ ଦୁଃଖ ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଟ୍ୱିଟ କରି କହିଛନ୍ତି ଯେ, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଆମ ଦଳର ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଅନୁଭବୀ ରାଜନୀତିଜ୍ଞ ଓ ଦକ୍ଷ ମଣିଷକୁ ହରାଇଲା । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।
ଓଁ ଶାନ୍ତି।
ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଆମ ଦଳର ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଅନୁଭବୀ ରାଜନୀତିଜ୍ଞ ଓ ଦକ୍ଷ ମଣିଷକୁ ହରାଇଲା । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି ।
ଓଁ ଶାନ୍ତି — Dharmendra Pradhan (@dpradhanbjp) December 24, 2021