ଶୁକ୍ରବାର ପଦମପୁରେ ପ୍ରଚାର କରିଥିଲେ ମୁଖ୍ୟମନ୍ତ୍ରୀ । କୋଭିଡ କଟକଣା ହଟିବା ପରେ ବ୍ରଜରାଜନଗର ଓ ଧାମନଗର ଯାଇନଥିବା ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଗ୍ରାଉଣ୍ଡରେ କରିଥିଲେ ପ୍ରଚାର । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ଛାଡି ମଇଦାନକୁ ଓହ୍ଲାଇବା ପଦମପୁରବାସୀ ଓ ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶୁକ୍ରବାର ପଦମପୁରବାସୀଙ୍କୁ ପ୍ରତିଶ୍ରୁତିରେ ପୋତି ଦେଇଥିଲେ ମୁଖ୍ୟମନ୍ତ୍ରୀ। ଆଉ ଶନିବାର ଗୋଟିଗୋଟି କରି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିର ପୋଲ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି ଜିଲ୍ଲା ଗଠନ ପ୍ରସଙ୍ଗରେ ପଦମପୁରବାସୀଙ୍କୁ ଅସତ୍ୟ କହିଛନ୍ତି ନବୀନ । କିଏ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ମୋଦି ନା ମୁଖ୍ୟମନ୍ତ୍ରୀ । ଜିଏସଟି କାଉନସିଲରେ କେତେଥର ରାଜ୍ୟ ଅର୍ଥମନ୍ତ୍ରୀ କେନ୍ଦୁପତ୍ରରେ ଜିଏସଟି ପ୍ରସଙ୍ଗ ଉଠାଇଛନ୍ତି କହି ନବୀନଙ୍କୁ କାଉଣ୍ଟର କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।
ବରଗଡ଼ - ପଦମପୁର - ନୂଆପଡ଼ା ରେଳପଥ ପ୍ରସଙ୍ଗରେ ବି ଧର୍ମେନ୍ଦ୍ରଙ୍କ କାଉଣ୍ଟର ଆଟାକ୍ । ଏଥର ନିଗାହେଁରେ ଥିଲେ ନବୀନ ଆଉ ନିଶାନାରେ ଥିଲେ ଗୁମାସ୍ତା।
ଧମନଗରେ ଫେଲ ମାରିଥିଲେ ବିଜେଡିର ୟଙ୍ଗ ବ୍ରିଗେଡ । ପଦମପୁରରେ ଅଭିଜ୍ଞ ବ୍ରିଗେଡ ଉପରେ ବି ନାହିଁ ଭରସା। ସେଥିପାଇଁ ନବୀନଙ୍କୁ ଶେଷ ଅସ୍ତ୍ର ଭାବେ ମଇଦାନ ଓହ୍ଲାଇଲା ଦଳ। ମୁଖ୍ୟମନ୍ତ୍ରୀ ପ୍ରଚାରରେ ସବୁବେଳେ ନିଜ କଥା କୁହନ୍ତି କାହାକୁ କାଉଣ୍ଟର କରନ୍ତିନି । କିନ୍ତୁ ପଦମପୁରରେ ଭାଙ୍ଗିଛି ଚିରାଚରିତ ଷ୍ଟାଇଲ। ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ନବୀନ ରଖିଲେ ଉତ୍ତର। ଆଉ ନବୀନଙ୍କ ଉତ୍ତରର ଧର୍ମେନ୍ଦ୍ର ଦେଲେ ପ୍ରତ୍ୟୁତ୍ତର । ଯାହାକି ପଦାମପୁରରେ ଶେଷ ଦିନର ପ୍ରଚାରକୁ କରିଛି ରୋଚକ ।
ରାଜନୀତି ଖବର ଆହୁରି ପଢନ୍ତୁ