ନବୀନ ବାବୁ କେବେ ପ୍ରଧାନମନ୍ତ୍ରୀଙ୍କୁ ଧାନ କିଣା ପ୍ରସଙ୍ଗରେ ଆଲୋଚନା କରିଛନ୍ତି କି। ମିଲର ସହ ନବୀନ ବାବୁଙ୍କ ମଧୁଚନ୍ଦ୍ରିକା ଜାବାଵ ଦେବେ ପ୍ରଦୀପ ପୁରୋହିତ। ବିଧାନସଭା ପ୍ରସଙ୍ଗରେ ଆଲୋଚନା କରିଛନ୍ତି କି। ମିଲର ସହ ନବୀନ ବାବୁଙ୍କ ମଧୁଚନ୍ଦ୍ରିକା ସୁତାଙ୍କୁ ଛିଣ୍ଡେଇ ଫୋପାଡିବେ। ଅପେକ୍ଷା କରନ୍ତୁ।
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଟାର୍ଗେଟ କଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ ନବ ଦାସ ଟଙ୍କା ମୁଣି ଧରି ଏଠାକୁ ଟଙ୍କା ଧରି ଆସିଛନ୍ତି। ସିଏ ଜାନକୀବାବୁଙ୍କୁ ବୁଡ଼େଇ ଥିଲେ। ଏବେ ନବୀନ ବାବୁଙ୍କ ବୁଡ଼େଇବେ। ୨୨ ବର୍ଷ ଭିତରେ ଲୋକଙ୍କୁ ବିଜେଡି ସରକାର କାମ ଯୋଗାଇ ପାରିଲେ ନାହିଁ। ଯେଉଁଥିପାଇଁ ଆଜି ଦାଦନ ଖଟିବାକୁ ଯାଉଛନ୍ତି ଲୋକେ।
ସବୁଠି କହୁଛନ୍ତି, ମୁଁ ଦାୟିତ୍ବ ନେଉଛି। ଏହାକୁ ନେଇ ବିଧାନସଭାରେ ପ୍ରଶ୍ନ କଲେ ସେପଟୁ ଉତ୍ତର ଆସୁଛି ତଥ୍ୟ ସଂଗ୍ରହ ଚାଲିଛି। କଂଗ୍ରେସକୁ ଭୋଟ ଦେବା ମାନେ ବିଜେଡିକୁ ଜିତାଇବା।ଗତ ୨୨ବର୍ଷ ହେଲା ଗୃହ ବିଭାଗର ଦାୟିତ୍ୱ ନବୀନ ବାବୁଙ୍କ ହାତରେ। ହେଲେ ଏଠି ଦୁଷ୍କର୍ମ ବଢି ବଢି ଚାଲିଛି।
ଏ ଅଞ୍ଚଳର ସ୍ଥାୟୀ ସମାଧାନ ପାଇଁ ପ୍ରଦୀପ ପୁରୋହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଏଠାକୁ ଆଣିବେ।ବିଧାନସଭାରେ ଉଠିଥିବା ଗୋଟିଏ ଗୋଟିଏ ପ୍ରଶ୍ନ ନିଜ ଭାଷଣରେ କହି ରାଜ୍ୟ ସରକାରଙ୍କୁ ଘେରିଥିଲେ ଧର୍ମେନ୍ଦ୍ର ପ୍ରଧାନ।
ଓଡିଶା ଖବର ଆହୁରି ପଢନ୍ତୁ