ପରେ ଦିନ 1ଟା 30ରେ ପଦ୍ମପୁର ବ୍ଲକ ଦୁବଲାବାହାଲ ଖେଳ ପଡିଆରେ ଏକ ସାଧାରଣ ସଭାକୁ କେନ୍ଦ୍ରମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଗତ 2 ଦିନରେ ଲଗାତାର ପଦମପୁରର ବିଭିନ୍ନ ସମସ୍ୟା ପ୍ରସଙ୍ଗ ଉଠାଇଉ ରାଜ୍ୟା ସରକାରଙ୍କୁ ଆଟାକ୍ କରିଛନ୍ତି ଧର୍ମେନ୍ଦ୍ର। ଆଜି ବି ଦେଖିବାକୁ ମିଳିପାରେ ଧର୍ମେନ୍ଦ୍ରଙ୍କ ଆକ୍ରମଣାତ୍ମକ ପ୍ରଚାର। ଧାମନଗରରେ ବି ଧର୍ମେନ୍ଦ୍ରଙ୍କ ଧୁଆଁଧାର ପ୍ରଚାର ବିଜେପିର ବିଜୟ ପାଇଁ ସାବ୍ୟସ୍ତ ହୋଇଥିଲା ଟର୍ଣ୍ଣିଂ ପଏଣ୍ଟ। ସେଥିପାଇଁ ପଦମପୁରରେ ଧର୍ମେନ୍ଦ୍ର ଗେମ୍ ଚେଞ୍ଜର ହେବେ ବୋଲି ଦଳ ଆଶା ରଖିଛି।
ପ୍ରଦୀପ ପୁରୋହିତଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଓ୍ୱାର ଶୋ

ବରଗଡ: ନିର୍ବାଚନ ପ୍ରଚାରରେ କମ୍ପୁଛି ପଦମପୁର ନିର୍ବାଚନ ମଣ୍ଡଳୀ। ଆଜିକୁ ମିଶାଇ ପ୍ରଚାର ପାଇଁ ହାତରେ ଆଉ 3 ଦିନ ବାକି । ସେଥିପାଇଁ ପ୍ରଚାରକୁ ଯୋରଦାର କରିଛନ୍ତି ସମସ୍ତ ପ୍ରାର୍ଥୀ ଓ ଦଳ। ଆଜି ଲଗାତାର ତୃତୀୟ ଦିନ ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାରାଥନ୍ ରୋଡ୍ ଶୋ ସାଙ୍ଗକୁ କରିବେ ଧୂଆଁଧାର ନିର୍ବାଚନୀ ସଭା। ପୂର୍ବାହ୍ନ 11ଟା ରେ ଝାରବନ୍ଧ ବ୍ଲକ ଫୁଟବଲ ପଡିଆ ରୁ ଆରମ୍ଭ କରିବେ ପ୍ରଚାର ।
Download Argus News App
