ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ବିବାଦକୁ ଆସିଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ କିଏ ଦେଉଛି ସୁରକ୍ଷା।ଭାଇରାଲ ହେଉଥିବା ଅଡିଓରେ ଖୋଦ୍ ମନ୍ତ୍ରୀଙ୍କ ନାଁ ସାମ୍ନାକୁ ଆସିଥିଲେ ହେଁ କାହିଁକି ତଦନ୍ତ ପରିସରଭୁକ୍ତ ହେଉନାହାନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ଆଇନକୁ ସବୁବେଳେ ତା ବାଟରେ ଯିବା କଥା କହୁଥିବା ସରକାର ଆଇନକୁ ତା ବାଟରେ ନେଉଛନ୍ତି ତ ଏହାକୁ ନେଇ ଉଠିଛି ବଡ ପ୍ରଶ୍ନ। ଆଉ ବିଜେଡି ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟ ଘଟଣାକୁ ନେଇ ବଢିବାରେ ଲାଗିଛି ମନ୍ତ୍ରୀଙ୍କ ପାଇଁ ଅଡୁଆ । ବିବାଦରେ କମିଶନରେଟ୍ ପୋଲିସ ।
କମିଶନରେଟ୍ ପୋଲିସର ଭୂମିକାକୁ ନେଇ ପୁଣିଥରେ ଉଠିଲା ପ୍ରଶ୍ନ । କାହିଁକି ତଦନ୍ତ ପରିସରଭୁକ୍ତ ହେଉନାହାନ୍ତି ରାଜ୍ୟ ସରକାରଙ୍କ ପାୱାରଫୁଲ୍ କ୍ୟାବିନେଟ ମିନିଷ୍ଟର ସମୀର ରଞ୍ଜନ ଦାଶ । ସମୀରଙ୍କୁ କିଏ ଦେଉଛି ସୁରକ୍ଷା । କମିଶନରେଟ୍ ପୋଲିସ ଉପରେ ପଡୁଛି କି ସମୀରଙ୍କ ଚାପ । ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିବା ବେଳେ ଏବେ ଚର୍ଚ୍ଚାରେ ତଦନ୍ତକାରୀ ପୋଲିସ ଅଫିସର । ଆଉ ବଡ ଅଭିଯୋଗ ମନ୍ତ୍ରୀଙ୍କ ନାଁ ଆସୁଥିବାରୁ ମାମଲାକୁ ରଫାଦଫା କରିବା ପାଇଁ ଚାଲିଛି ବଡ ଷଡଯନ୍ତ୍ର । ଆଉ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ପାଇଁ ଜୋର ଧରିଛି ଦାବି ।
ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପଛର ଖଳନାୟକ କିଏ ? କାହିଁକି ମନ୍ତ୍ରୀ ସମୀର ଦାସଙ୍କୁ ତଦନ୍ତ ପରିସରଭୁକ୍ତ କରୁନାହିଁ ପୋଲିସ ? ସେପଟେ ସାମ୍ବାଦିକ ଅକ୍ଷୟ ନାୟକଙ୍କ ମୋବାଇଲ୍ ଜବତ କରିଛି ପୋଲିସ । ହେଲେ ଅଡିଓରେ ମନ୍ତ୍ରୀ ସମୀର ଦାଶଙ୍କ ସମେତ ଏକାଧିକ ଲୋକଙ୍କ ନାଁର ଖୁଲାସା ହୋଇଥିଲେ ମଧ୍ୟ ସେମାନଙ୍କୁ କାହିଁକି ତଦନ୍ତ ପରିସର ଭୁକ୍ତ ଏଯାଏଁ କରାଗଲା ନାହିଁ ତାହାକୁ ନେଇ ଉଠିଛି ବଡ ପ୍ରଶ୍ନ । ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଗଲେ ସତ ଖୋଲି ଯିବ କି.....ସତ ଖୋଲିଯିବା ଭୟରେ ଅନ୍ୟମାନଙ୍କୁ ପୋଲିସ ଜେରା କରୁନାହାନ୍ତି କି ଏହାକୁ ନେଇ ଉଠିଛି ଅନେକ ପ୍ରଶ୍ନ ।
ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଗିରଫ କରିବା ପାଇଁ ନିମାପଡାରୁ ରାଜଧାନୀ ଯାଏଁ ଆନ୍ଦୋଳନ । କମିଶନରେଟ ପୋଲିସ ପାଖରେ ଦାବୀପତ୍ର ଉପରେ ଦାବୀପତ୍ର । ହେଲେ ଏଯାଏଁ ଏହି କଥାକୁ ଗୃହ ବିଭାଗ ଯେପରି ଭାବେ ଗ୍ରହଣ କରିବା କଥା ତାହା କରୁନଥିବାର ଅଭିଯୋଗ ହୋଇଛି । ଆଉ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଖୋଦ୍ ଗୃହମନ୍ତ୍ରୀ ତୁଷାରକାନ୍ତି ବେହେରା । ଚର୍ଚ୍ଚା ହେଉଛି ସମୀର ରଞ୍ଜନ ଦାଶ ନିଜ ପାଖ ନିର୍ବାଚନ ମଣ୍ଡଳୀ ସହ ମନ୍ତ୍ରୀମଣ୍ଡଳର ସହଯୋଗୀ ହୋଇଥିବାରୁ ତାଙ୍କ ପାଇଁ ଅନୁକମ୍ପା ଦେଖାଉଛନ୍ତି କି ମନ୍ତ୍ରୀ ତୁଷାରକାନ୍ତି ....ସମୀରଙ୍କୁ ସୁରକ୍ଷା ଦେବାପାଇଁ ଗୃହବିଭାଗରୁ ପଡୁଛି କି ଚାପ । ଏହାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।