ସେପଟେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ତୃତି ପଟ୍ଟନାୟକଙ୍କ ନେତୃତ୍ବରେ ଶତାଧିକ ମହିଳା ପୁରୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଗୋଟିଏ ପଟେ ମନ୍ତ୍ରୀଙ୍କ ସମ୍ପୃକ୍ତିଙ୍କୁ ନେଇ ଆନ୍ଦୋଳନ ଜାରି ରହିଥିବା ବେଳେ ଅନ୍ୟପଟେ ବିଜେଡିର ମହିଳା ସମାବେଶକୁ ନେଇ ପ୍ରଶ୍ନ ଉଠିଛି। ପୁରୀ ଜିଲ୍ଲା ଗୋପ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ପୋଲିସ ତଦନ୍ତକୁ ନେଇ ଉଠିଛି ପ୍ରଶ୍ନ । ଅଡିଓରେ ନାଁ ଥାଇ ବି କାହିଁକି ଜେରା ହେଉନାହାନ୍ତି ମନ୍ତ୍ରୀ ସମୀର ଦାଶ ଓ ଅନ୍ୟମାନେ । ବିଜେଡି ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛି ବିଜେପି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।