ଅର୍ଗସ ବ୍ୟୁରୋ : ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିବା ପୂର୍ବରୁ କରିଥିଲେ ଶେଷ କଲ୍ । ମୃତ୍ୟୁ ପାଇଁ ଦାୟୀ କରିଥିଲେ ତାଙ୍କ ପତ୍ନୀ, ମନ୍ତ୍ରୀ ସମୀର ଦାସ, ବିନ୍ଦାସ ଚିନୁ, ମୁନ୍ନା ମହାପାତ୍ର ଓ ଅନ୍ୟ ଜଣଙ୍କୁ । ସେପଟେମ୍ବର ୨୩ରେ ଆତ୍ମହତ୍ୟା କଲେ ଧର୍ମେନ୍ଦ୍ର । ୬ ମାସ ପରେ ଅର୍ଗସ ଷ୍ଟୁଡିଓରେ ମୁହଁ ଖୋଲିଛନ୍ତି ମୃତ ଧର୍ମେନ୍ଦ୍ରଙ୍କ ଧର୍ମପତ୍ନୀ । କମିଶନରେଟ୍ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଦାବି କରିଛନ୍ତି ମନ୍ତ୍ରୀ ସମୀର ଦାଶ ତଦନ୍ତ ପରିସରକୁ ଆସନ୍ତୁ । ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ କମିଶନରେଟ୍ ପୋଲିସ ଜେରା କରିଥିବା କହିଛନ୍ତି ଧର୍ମେନ୍ଦ୍ରଙ୍କ ପତ୍ନୀ କସ୍ତୁରୀ ବାଳା ସ୍ବାଇଁ ।
ସୁଇସାଇଡ୍ ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କ ମୋବାଇଲରେ ଥିବା ଭିଡିଓ କଥା ପୋଷ୍ଟ କରିଥିଲେ ଧର୍ମେନ୍ଦ୍ର ସାହୁ । ମୋବାଇଲ୍ ବୁଦା ମୂଳରୁ ମିଳିଲା । ହେଲେ ମୋବାଇଲରେ କଣ ଭିଡିଓ ଥିଲା ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ଏ ନେଇ ବି ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ରଙ୍କ ପତ୍ନୀ ।
କାହିଁକି ତଦନ୍ତ ପରିସରକୁ ଆସିଲେ ନାହିଁ ମନ୍ତ୍ରୀ ସମୀର ଦାଶ, କୁଆଡେ ଗଲା ଧର୍ମେନ୍ଦ୍ର ଉଲ୍ଲେଖ କରିଥିବା ଭିଡିଓ, କାହିଁକି ଜେରାର ସମ୍ମୁଖୀନ ହେଲେ ନାହିଁ ସମୀର, ମନ୍ତ୍ରୀ ବୋଲି କଣ ଆଇନ ଠାରୁ ଉପରେ, ମୃତ ଧର୍ମେନ୍ଦ୍ର ସାହୁଙ୍କ ଧର୍ମପନ୍ତ୍ରୀଙ୍କ ତଦନ୍ତ ଦାବି ନେଇ ପ୍ରଶ୍ନ କଲେ ମୁହଁ ବୁଲାଇ ପଳାଉଛନ୍ତି ମନ୍ତ୍ରୀ ସମୀର ଦାଶ ।