ମୃତ୍ୟୁ ପୂର୍ବରୁ ସାମ୍ବାଦିକ ଅକ୍ଷୟ ନାୟକଙ୍କ ସହିତଚ ଫୋନରେ କଥା ହୋଇଥିଲେ ବିଜେଡି ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ । ତାଙ୍କ ମୃତ୍ୟୁ ହେଲେ 5 ଜଣ ଦାୟୀ ରହିବେ ବୋଲି କହିଥିଲେ। 1 ନମ୍ବରରେ ଥିଲେ ତାଙ୍କ ପତ୍ନୀ, 2 ନମ୍ବରରେ ଥିଲେ ମନ୍ତ୍ରୀ ସମୀର ଦାସ । ବଡ଼ ପ୍ରଶ୍ନ ମନ୍ତ୍ରୀ ସମୀର ଦାସ କେବେ ଆସିବେ ତଦନ୍ତ ପରିସରକୁ, କୁଆଡେ ଗଲା ଧର୍ମେନ୍ଦ୍ର ପୋଷ୍ଟରେ ଉଲ୍ଲେଖ କରିଥିବା ଭିଡିଓ, ମୋବାଇଲରୁ ସୁରାଗ ମିଳିଲା ନାହିଁ, ସମୀର ସୁରକ୍ଷାରେ କି କମିଶନରେଟ୍ ପୋଲିସ ସେପଟେ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାକୁ ନେଇ ରାଜଭବନ ସାମ୍ନାରେ ବିଜେପି ବୁଦ୍ଧିଜୀବି ପ୍ରକୋଷ୍ଠର ସଦସ୍ୟଙ୍କ ଧାରଣା । ମନ୍ତ୍ରୀ ସମୀର ଦାସଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ବହିଷ୍କାର କରିବା ପାଇଁ ଦାବି କରିଛି ବିଜେପି ବୁଦ୍ଧିଜୀବି ପ୍ରକୋଷ୍ଠ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।