ଗତକାଲି ପରିବାର ଲୋକଙ୍କୁ ପଚରାଉଚରା ବେଳେ ଜଣାପଡ଼ିଛି ବିଭିନ୍ନ ସମୟରେ ଘରୁ ୬ କୋଟିରୁ ଅଧିକ ଟଙ୍କା ନେଇଥିଲେ ଧର୍ମେନ୍ଦ୍ର।ଖୋର୍ଦ୍ଧାରେ ଥିବା ୨କୋଟି ଟଙ୍କାର ଏକ କ୍ରସରକୁ ବିକି ଦେଇଥିଲେ ଧର୍ମେନ୍ଦ। ଆଜି ଧର୍ମେନ୍ଦ୍ରଙ୍କ ଡ୍ରାଇଭର ଓ ସହକର୍ମୀଙ୍କୁ ପଚରାଉଚରା କରିବ ପୋଲିସ।
ବିଜେଡିର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଓରଫ ଟୁକୁନାଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟ ଘେରରେ। ମୃତ୍ୟୁ ଘଟଣାକୁ ଦୁଇଦିନରୁ ଅଧିକ ବିତିଲାଣି, କିନ୍ତୁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ। ତେବେ ପୁଲିସ ଜବତ କରିଥିବା ମୋବାଇଲ ଫୋନ ହିଁ ଧର୍ମେନ୍ଦ୍ରଙ୍କ ମୃତ୍ୟୁର ଗୁମର ଖୋଲିବ ବୋଲି ଚର୍ଚ୍ଚା ହେଉଛି। ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ। ରିପୋର୍ଟ ଆସିବା ପରେ ଧର୍ମେନ୍ଦ୍ର ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ସ୍ପଷ୍ଟ ହୋଇଯିବ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।