୨୦୨୦ ମଇ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ବାତ୍ୟା ଅମ୍ପାନ ବାତ୍ୟା ପ୍ରଭାବିତ ରାଜ୍ୟ ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ଗସ୍ତ କରି ଓଡ଼ିଶା ପାଇଁ ତତ୍କାଳୀନ ୫୦୦ କୋଟି ଏବଂ ପଶ୍ଚିମବଙ୍ଗ ପାଇଁ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ବିଶେଷ ଭାବରେ ଓଡ଼ିଶାର କଠିନ ସମୟରେ ସର୍ବଦା ଓଡ଼ିଆ ଲୋକଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି ବୋଲି ଧର୍ମେନ୍ଦ୍ର କହିବା ସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଥିବା ରାଜ୍ୟ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ସିକ୍କିମ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରକୁ ଅତିରିକ୍ତ ୪୩୮୧.୮୮ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଦିଆଯାଇଛି । ଏହି ଆର୍ଥିକ ସହାୟତା ବାତ୍ୟା, ବନ୍ୟା, ଭୂସ୍ଖଳନ ଯୋଗୁଁ କ୍ଷତି ହୋଇଥିବା ରାଜ୍ୟ ଗୁଡ଼ିକର ଭିତ୍ତିଭୂମି ଏବଂ ଜୀବନଜୀବିକାର ପୁନଃଉଦ୍ଧାର କାମକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର ମତବ୍ୟକ୍ତ କରିଛନ୍ତି ।