ବ୍ରଜରାଜନଗର ଉପନିର୍ବାଚନ ପାଇଁ ମୈଦାନରେ ୧୧ ପ୍ରାର୍ଥୀ । କିନ୍ତୁ ମୁଖ୍ୟ ପ୍ରତିଦ୍ବନ୍ଦିତା ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ । ଏଥର ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକାରେ ୫ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। କଂଗ୍ରେସ ଓ ବିଜେଡି ମଧ୍ୟ ପ୍ରାଚର ମୈଦାନରେ ନିଜର ପୂରା ଜୋର୍ ଲଗାଉଛି।
୧୩୩ ନୂଆ ଭୋଟରଙ୍କୁ ମିଶାଇ ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଜଣ ଭୋଟ୍ ଦେବେ । ୫ଟି ପିଙ୍କ୍ ବୁଥ୍କୁ ମିଶାଇ ମୋଟ ୨୭୯ ବୁଥ୍ରେ ଭୋଟ ଗ୍ରହଣ କରାଯିବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ୩ ହଜାର ୫୨୦ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ୧୬୨୮ ଭୋଟର ୮୦ ବର୍ଷରୁ ଉର୍ଦ୍ଧ୍ୱ । ୧୩୩ ନୂଆ ଭୋଟର ସାମିଲ ହୋଇଛନ୍ତି । ୩୧୯ ଇଭିଏମ ରହିଛି । ପ୍ରତି ବୁଥରେ ଅତି ବେଶୀରେ ୧୨୫୦ ଭୋଟର ରହିବେ । ମୋଟ ୨୭୯ ବୁଥ୍ କରାଯାଇଛି । ଗତ ନିର୍ବାଚନରେ ହୋଇଥିବା ବୁଥ୍ ମଧ୍ୟରୁ ୩ ଟା ବୁଥ୍ ସ୍ଥାନାନ୍ତର କରାଯାଇଛି । ଅନ୍ୟ ସବୁ ବୁଥ୍ ସମାନ ରହିଛି ।