ବିନା ମୂଲ୍ୟରେ ପୁଞ୍ଜିପତିଙ୍କୁ ଖଣିଜ ସମ୍ପଦ ଟେକି ଦିଆଯାଉନାହିଁ । ନୀତିରେ ସଂସ୍କାର ଆଣି ସରକାରଙ୍କ ରାଜସ୍ଵ ବଢ଼ାଇଛନ୍ତି ମୋଦି ସରକାର । ଉଜ୍ଜ୍ବଳା ଯୋଜନାଠାରୁ ଆରମ୍ଭ କରି ଅନେକ କଲ୍ୟାଣକାରୀ ଯୋଜନା କରାଯାଇଛି । ମାଗଣା କୋଭିଡ୍ ଟିକା ଦେବାନେଇ ବିଶ୍ଵସ୍ତରରେ ମୋଦି ସରକାର ପ୍ରଶଂସିତ । ଆବାସ ଯୋଜନାରେ ଓଡ଼ିଶାର ପ୍ରକୃତ ହିତାଧିକାରୀ ଘର ପାଇନାହାନ୍ତି । ଦଳୀୟ ଭିତ୍ତିରେ ଆବାସ ଯୋଜନାରେ ଘର ଦିଆଯାଉଛି । ଇଏ ଓଡ଼ିଆ ଲୋକଙ୍କ ସରକାରଙ୍କ ନୁହେଁ । ଓଡ଼ିଶାରେ ଆବାସ ଘୋଟାଲା ନେଇ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ଭିତ୍ତିରେ ଆବାସ ଯୋଜନାରେ ଘର ଦିଆଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସୂଚନାଯୋଗ୍ୟ, ଜନତା ମଇଦାନରେ ବିଜେପି କରୁଛି ବଡ଼ ସମାବେଶ । ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମାବେଶରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେଇ ଦଳୀୟ ପଦାଧିକାରୀଙ୍କୁ ମନ୍ତ୍ର ଦେଉଛନ୍ତି । ଏହା ପରେ ତାଙ୍କର ସଂଧ୍ୟାରେ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ଅଠରନଳା ଛକ ପାଖରେ ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବେ । ପୁରୀରେ ଆଜି ରାତି ରହଣୀ ପରେ ସକାଳୁ ଭଦ୍ରକ ଧାମନଗର ଯିବେ । ସେଠାରେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାର ଲୋକଙ୍କୁ ଭେଟିବେ । କଟକ ଓଲଟପୁର ନିରତାରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ରାଜଧାନୀ ଫେରି ଜନତା ମଇଦାନରେ ଦଳର ୭ଟି ମୋର୍ଚ୍ଚା ପଦାଧିକାରୀଙ୍କୁ ସମ୍ବୋଧିତ କରିବେ ।
ରାଜନୀତି ଖବର ଆହୁରି ପଢନ୍ତୁ ।