ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତିକରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠି ମୃତ ଘୋଷଣା କରିଛନ୍ତି । ଏନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ପାଣି ଟ୍ୟାଙ୍କରଟି ଜବତ କରିବା ସହ ଶବଟିକୁ ବ୍ୟବଛେଦ ପଇଁ ପଠାଇବା ସହ ଅଧିକ ତଦନ୍ତ ଯାରିରଖିଥିଲା ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ
ତେବେ ଶବ ବ୍ୟବଛେଦ ପରେ ଆଜି କାମାକ୍ଷା ନଗର -ଢେଙ୍କାନାଳ ପୂର୍ତ୍ତବିଭାଗ ରାସ୍ତାର ପଣ୍ଡୁଆ ଛକ ନିକଟରେ କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ କରି ଛନ୍ତି ଗ୍ରାମବାସୀ । ତେବେ ରାସ୍ତା ରୋକ ପାଇଁ ଢେଙ୍କାନାଳ -କାମାକ୍ଷାନଗର ମୁଖ୍ୟରାସ୍ତା ଯାତାୟାତ ଏକ ପ୍ରକାର ଠପ ହୋଇଯାଇଛି । ସେପଟେ ଘଟଣା ସ୍ଥଳରେ ଏସ୍ଡ଼ିପିଓ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା ଜାରି ରଖିଛନ୍ତି ।