ଅଧିକ ପଢନ୍ତୁ ଓଡ଼ିଶା ଖବର
ଶେଷରେ ଘରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଲିପି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ହସ୍ପିଟାଲ ନେବାକୁ ଗଲାବେଳେ ପ୍ରସୂତି ଓ ତାଙ୍କ ଶିଶୁ କନ୍ୟାକୁ ନଦୀ ପାର୍ କରାଇଥିଲେ ଗାଁ ଲୋକ । ଆଶ୍ଚର୍ଯ୍ୟର କଥା ବିକାଶ ପାଇଁ ପୁରସ୍କୃତ ହୋଇଛି ଆଖୁଆପାଳ । ବଡ ପ୍ରଶ୍ନ, ଇଏ କଣ ରାଜ୍ୟ ସରାକାରଙ୍କ ବିକାଶର ପାରାମିଟର୍ ? ଇଏ କେମିତିକା ବିକାଶ ମଡେଲ୍ ? ସରକାରୀ ତଥ୍ୟ କହୁଛି ରାଜ୍ୟର ୫,୫25 ଗାଁକୁ ନାହିଁ ସବୁ ଦିନିଆ ପକ୍କା ସଡ଼କ। ସେଥିପାଇଁ ହିଁ ଜନନୀ ଯନ୍ତ୍ରଣା । କେବଳ ଉପାନ୍ତ ନୁହେଁ ଉପକୂଳରେ ବି ଅପହଞ୍ଚ ଦୁଃଖ ଭୋଗୁଛନ୍ତି ଗ୍ରାମବାସୀ ।
ସବୁଠି ସମ୍ମାନିତ ମାଆ । ଏହା ୨୩ ବର୍ଷର ବିଜେଡି ସରକାରର ନାରା । ମାତ୍ର ଏହା କି ମାଆକୁ ସମ୍ମାନ ? ୨୩ ବର୍ଷର ବିଫଳତାର ମୋହର । କେଉଁଠି ମାଆ ବୁହା ହେଉଛି କାନ୍ଧରେ ତ ଆଉ କେଉଁଠି ଭାରରେ । ବଡ ପ୍ରଶ୍ନ, ମାଆ କାନ୍ଧରେ ବୁହା ଚିତ୍ର ସରକାରଙ୍କ ନଜରକୁ ଆସୁଛି ନା ନାହିଁ ? ସରକାର ସ୍ଥାଣୁ ଓ ଅପାରଗ ଅଭିଯୋଗ ସତ ନା ମିଛ ? ମାଆର ଦାୟ ଦେଇ ବିପୁଳ ଜନସମର୍ଥନର ଏହା କଣ ପ୍ରତିଦାନ ?