ସରକାରୀ ନିୟମ ମୁତାବକ ବିନି ପ୍ରଧାନମନ୍ତ୍ରୀ ଆବାସ ଯୋଜନାଁରେ ଘରଟିଏ ପାଇବା ପାଇଁ ଯୋଗ୍ୟ ତାଲିକା ଭୁକ୍ତ ହୋଇଥିଲା। ବିଜେପି ପକ୍ଷରୁ ଆବାସ ଦୁର୍ନୀତି ପ୍ରତିବାଦରେ ବ୍ଲକ ଘେରାଉ ସମୟରେ ମଧ୍ୟ ସାମିଲ ଥିଲେ ବିନି I ତୁରନ୍ତ ବିନିକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବା ପାଇଁ ଦାବି କରିଛନ୍ତି ବିଜେପି ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା I
କୁଜି ନେତା ଓ ଅମଲାତନ୍ତ୍ରୀ ଙ୍କ ଲାଭଖୋର ମନୋଭାବ ଯୋଗୁ ସରକାରୀ ଯୋଜନା ଗୁଡିକ ଫେଲ ମାରୁଛି I ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ I