ଟ୍ରେଣ୍ଡରେ ଥିବା ଏହି ଗୀତକୁ ନେଇ ଏବେ ସମସ୍ତେ ରିଲ୍ସ ବନାଉଛନ୍ତି । ମଜା କରୁଛନ୍ତି । ଲାଇଫ୍ କୁ ଉପଭୋଗ କରୁଛନ୍ତି । ହେଲେ ଏମାନେ କାହିଁକି ପଛରେ ରହିବେ । ଏମାନେ ବି କାହାରିଠୁ କମ୍ ନୁହନ୍ତି । ଅନ୍ୟମାନେ ତାଙ୍କୁ ଭିନ୍ନକ୍ଷମ ବୋଲି ଭାବି ପାରନ୍ତି । କିନ୍ତୁ ସେମାନେ ବି ଦୁନିଆକୁ କହିବାକୁ ଚାହାନ୍ତି ଆମେ କାହାରିଠୁ କମ୍ ନୁହଁ ।
ସେମିତି ଏହି ଯୁବତୀଙ୍କୁ ବି ଦେଖନ୍ତୁ । ରିଲ୍ସ କରି କେମିତି ମଜା କରୁଛନ୍ତି । ଖୁସି ଦେଖିଲେ କିଏ ବି କହିବନି ଯେ ସେ ଦିବ୍ୟାଙ୍ଗ । କୁହନ୍ତି ନା ଭଗବାନ ଯେତିକି ଦେଇଛନ୍ତି ସେତିକିରେ ସନ୍ତୁଷ୍ଟ ହେବା କଥା । ହେଲେ ଆମର ଯେତେ ଥିଲେ ବି ଆମେ ଅସନ୍ତୁଷ୍ଟ । କିନ୍ତୁ ଏମାନଙ୍କଠୁ କିଛି ଶିଖିବାର କଥା ।