ନା କାମ କରିବାକୁ ଦେହରେ ବଳ ଅଛି l ନା ହାତଗୁଂଜା ଦେଇ ସରକାରୀ ଯୋଜନା ହାତେଇବାର ସମ୍ବଳ ଅଛି l ଆଉ ଏଥିପାଇଁ ନା ସରକାରୀ ଯୋଜନାରେ ଘର ମିଳୁଛି ନା ମିଳୁଛି ସାମାଜିକ ସୁରକ୍ଷା ଭତ୍ତା l ଏପରି ଅସହାୟ ଅବସ୍ଥାରେ ଦୁଃଖ ଦୁର୍ଦିନରେ ଦିନ କାଟୁଥିବା ବେଳେ ସନାତନଙ୍କ ପାଖରେ ସମସ୍ତ ସରକାରୀ ସୁବିଧା ସାତ ସପନ ପାଲଟିଛି l ସନାତନଙ୍କ ପରିବାର କହିଲେ ସ୍ତ୍ରୀ, ପିଲା ଓ ବୁଢ଼ୀ ମା । ଏବେ ସନାତନଙ୍କ ସେବା ସୁଶ୍ରୁଷା କରୁଥିବାବେଳେ ନିଜର ଚାଳ ଛପର ଘର ଭାଙ୍ଗିଯିବାରୁ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଉଛନ୍ତି ସନାତନଙ୍କ ସାରା ପରିବାର l
ଗରିବ ଓ ଅସହାୟଙ୍କ ପାଇଁ ସରକାରୀ ସ୍ଥରରେ ମାଳ ମାଳ ଯୋଜନା ବାବଦରେ ପାଣି ଭଳି ଅର୍ଥ ଖର୍ଚ୍ଚ ହେଉଛି । ହେଲେ ବାସ୍ତବରେ ଯୋଜନା କେତେଦୂର ଯୋଗ୍ୟ ହିତାଧିକାରୀଙ୍କ ପାଖେ ପହଁଚୁଛି । ଏହା ତାହାର ଜ୍ୱଳନ୍ତ ନମୁନା l ସେପଟେ ଏଦିଗରେ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ନିର୍ବାଚିତ ଜନପ୍ରତିନିଧି ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି l
ସବୁ କଚା ଘରକୁ ପକ୍କା କରିବା ପାଇଁ ନିର୍ବାଚନ ବେଳେ ରାଜ୍ୟ ସରକାରଙ୍କ ଘୋଷଣା କେବଳ ଘୋଷଣାରେ ସୀମିତ ରହୁଛି । ସମସ୍ତ ଯୋଗ୍ୟତା ଥାଇବି ଆବାସ ଯୋଜନା ଓ ସାମାଜିକ ସୁରକ୍ଷା ଭତ୍ତାରୁ ବଂଚିତ ରହିଥିବା ଅସହାୟ ସନାତନଙ୍କ ପରିବାରକୁ କେବେ ସରକାରୀ ଯୋଜନାର ସୁଫଳ ମିଳୁଛି ତାହା ଦେଖିବାକୁ ବାକିରହିଲା I