କାଳିଆ ମୂର୍ତ୍ତିକୁ ଧରି ଭୋ ଭୋ ହୋଇ କାନ୍ଦୁଛି । ତା ଦୁଃଖ ଶୁଣାଉଛି । ଭିନ୍ନକ୍ଷମ ହୋଇ ବି କାଳିଆ ଭଜନରେ ନାଚୁଛି । ଗାଉଛି । ତା ଦୁଃଖ କହୁଛି । ତୋ ଭଳି ଠାକୁର ଏ ଦୁନିଆରେ ନାହିଁ । ଯିଏ ଭକତ ହାତରୁ ସ୍ନେହରେ ମାଗି କି ଖାଏ । ତା ଆଗରେ ଧନୀ ଗରିବ ସବୁ ସମାନ । ସେ ଯାହା ପାଇଁ ସବୁବେଳେ ବିକଳ ତାହା ହେଉଛି ତା ପାଇଁ ସ୍ନେହ, ଶ୍ରଦ୍ଧା..ଟିକକ ଭଲ ପାଇବା । ସେଥିପାଇଁ ତ କୁହନ୍ତି ସେ ଭକତ ପ୍ରେମରେ ବାଇଆ ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ
ଧନୀଠୁ ଗରିବ ଏଠି ସବୁ ଜଗା ପ୍ରେମରେ ବାଇଆ । କିଏ ନିଜ ପାଇଁ ତ କିଏ ସଂସାର ପାଇଁ ନିଇତି କାଳିଆ ଆଗରେ ଲୁହ ଗଡାଏ । ଦିବ୍ୟାଙ୍ଗଙ୍କର ଏ କୋହ କହୁଛି ଅନେକ କଥା...