www.orissaresults.nic.in ୱେବସାଇଟରେ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ । ଚଳିତବର୍ଷ ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୧୯ ହଜାର ୧୧୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...
ବଲାଙ୍ଗିର: ଗତକାଲି ପାଟଣାଗଡ଼ କାଡୋପଡା ଦୁର୍ଗାପୂଜା କମିଟି ତରଫରୁ ସ୍ଥାନୀୟ ରମାଇ ହାଇସ୍କୁଲ ପଡ଼ିଆରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହିରାବଣ ପୋଡିରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ସରୋଜ ମେହେର ଯୋଗଦେଇଥିଲେ । ରାବଣପୋଡି ପୂର୍ବରୁ ଏକ ସୁସଜ୍ଜିତ ଗାଡିରେ ରାମ ଲକ୍ଷଣ ସହ ବାନର ସେନା ମାନେ ସହର ପରିକ୍ରମା କରି ଶେଷରେ ରାବଣ ପୋଡିବାକୁ ଆସି ଦର୍ଶକଙ୍କୁ ତାଙ୍କର କିଛି ଦୃଶ୍ୟ ଦେଖାଇ ଥିଲେ । ପରେ ବିଧାୟକ ରାବଣକୁ ଅଗ୍ନି ସଂଯୋଗ କରି ବଧ କରିଥିଲେ। ଏହି ରାବଣ ପୋଡିରେ ହଜାର ହଜାର ଦର୍ଶକ ଉପସ୍ଥିତ ରହି ଉପଭୋଗ କରିଥିଲେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ଏକ ପ୍ଲାଟୁନ ଫୋର୍ସ ସହ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଡ଼ିଏସପି ପ୍ରକାଶ କରିଛନ୍ତି ।
ବିଭିନ୍ନ ସ୍ଥାନରେ ଗତକାଲି ରାବଣ ପୋଡ଼ି ଉତ୍ସବ ପାଳିତ ହୋଇଯାଇଛି ।
ଅର୍ଗସ ବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ରେଜଲ୍ଟ ଘୋଷଣା । କଳାରେ ମୋଟ୍ ପାସ୍ ହାର 78.88 ପ୍ରତିଶତ । କଳାରେ ପୁଅଙ୍କ ପାସ୍ ହାର 70.43 ପ୍ରତିଶତ । କଳାରେ ଝିଅଙ୍କ ପାସ୍ ହାର 85.66 ପ୍ରତିଶତ । ଭୋକେସନାଲରେ ମୋଟ୍ ପାସ୍ ହାର 67.48 ପ୍ରତିଶତ । ଭୋକେସନାଲରେ ପୁଅଙ୍କ ପାସ୍ ହାର 64.23 ପ୍ରତିଶତ । ଭୋକେସନାଲରେ ଝିଅଙ୍କ ପାସ୍ ହାର 71.10 ପ୍ରତିଶତ ।
www.orissaresults.nic.in ୱେବସାଇଟରେ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ । ଚଳିତବର୍ଷ ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୧୯ ହଜାର ୧୧୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଗୋରିଲ ଗ୍ରାମର କାଜୁ ଜଙ୍ଗଲରେ ଦୁଇଦିନ ହେବ ଏକ ଦନ୍ତା ହାତୀ ଟି ଅସୁସ୍ଥ ଥିଲା . ହିନ୍ଦୋଳ ବନ ବିଭାଗ ଅସୁସ୍ଥ ହାତୀଟିର ଯତ୍ନ ନେଉଥିବା ଜଣାପଡିଥିଲା. କିନ୍ତୁ ବଡ଼ ଦୁଃଖର ବିଷୟ ହାତୀଟିର ୪୩ ଘଣ୍ଟା ଯତ୍ନ ନେବା ପରେ , ଗତକାଲି ରାତି ୨ ଘଟିକା ସମୟରେ ହାତୀ ଟି ମୃତ୍ୟୁବରଣ କରିଛି.
ଅଧିକ ପଢନ୍ତୁ : ଦୁଇ ଦିନ ହେଲା ଦନ୍ତା ହାତୀ ଅସୁସ୍ଥ
ଘଟଣା ସ୍ଥଳକୁ ହିନ୍ଦୋଳ ଓ ଜିଲ୍ଲା ବନଖଣ୍ଡ ଅଧିକାରୀ ପହଞ୍ଚି ସାରିଛନ୍ତି, ଏବଂ ପ୍ରଥମେ ମୃତ ହାତୀଟିର ଶବ ବ୍ୟବଚ୍ଛେଦ କରାଯିବ ଓ କେଉଁ କାରଣରୁ ମୃତ୍ୟୁବରଣ କରିଛି ତାହା ପରିକ୍ଷା ପରେ ଜଣାପଡ଼ିବ, ଓ ଜେସିବି ମେସିନ୍ ସାହାଯ୍ୟ ରେ ଖୋଳା ଯାଇଥିବା ଗାତ ରେ ମୃତ୍ୟୁବରଣ କରିଥିବା ହାତୀ ଟି ର ଅନ୍ତିମ କାର୍ଯ୍ୟ କରାଯିବ ବୋଲି ଜଣାପଡିଛି
ଅର୍ଗସ ବ୍ୟୁରୋ: ନୂଆ ସଂସଦ ଭବନକୁ ମହିଳା, ଅନୁସୂଚିତ ଜନଜାତି ନେତା ଓ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନକୁ ଦର୍ଶାଉଥିବା କଳାକୃତି ଗୁଡିକୁ ଦର୍ଶାଯିବ । କେବଳ ସେତିକି ନୁହେଁ, ପୂର୍ବରୁ ଦେଶରୁ ଚୋରି ହୋଇ ବିଦେଶକୁ ଯାଇଥିବା ଓ ପରେ ଭାରତ ଆସିଥିବା 14ଟି ମୂର୍ତ୍ତିକୁ ସଂସଦ ଭବନ ପରିସରରେ ବିଶିଷ୍ଟ ସ୍ଥାନରେ ପ୍ରଦର୍ଶିତ କରାଯିବ । ଗ୍ୟାଲେରୀରେ ଏକ ଡିଜିଟାଲ ପ୍ରାଚୀର ମଧ୍ୟ ରହିବ ଯେଉଁଥିରେ ଲୋକସ ଭାର ସ୍ଥାପନା ପର ଠାରୁ ସଂସଦ ସଦସ୍ୟ ମାନଙ୍କର ସମ୍ପର୍କରେ ବିବରଣୀ ରହିବ ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ସଂସଦର ନୂଆ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ 28 ତାରିଖ ଦିନ ଦେଶକୁ ସମର୍ପିତ କରିଥିଲେ । ନୂଆ ସଂସଦ ଭବନରେ ଭାରତର ସଂସ୍କୃତି ଓ ଐତିହ୍ୟର ଝଲକ ମିଳିବ ବୋଲି ସେତେବେଳେ କୁହାଯାଇଥିଲା । ଏହି କ୍ରମରେ ସଂସଦକୁ ସଜ୍ଜିତ କରିବାର ଦ୍ୱିତୀୟ ପର୍ଯ୍ୟାୟରେ ଏହି କଳାକୃତି ଗୁଡିକୁ ତିଆରି କରାଯାଉଛି । ଏହି କାମ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ସଂସ୍କୃତି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟ ଏକ ମହତ୍ୱାକାଂକ୍ଷୀ ଅବଧାରଣା । ସେ କହିଛନ୍ତି ଯେ ପ୍ରାକ ଐତିହାସିକ କାଳରୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମ ଓ ଦେଶର 75 ପଥ ପ୍ରଦର୍ଶକ ମହିଳା ମାନଙ୍କୁ ଦର୍ଶାଯାଉଛି । ଏକ ଗ୍ୟାଲେରୀ ଦେଶ ପାଇଁ ମହାନ କାମ କରିଥିବା ଅନୁସୂଚିତ ଜନଜାତି ବର୍ଗର ନେତା ମାନଙ୍କ ପାଇଁ ସମର୍ପିତ ହେବ ।
ସେ ଆହୁରି କହିଛନ୍ତି ଯେ ଆମ ନିକଟରେ ଭାରତର ସମୃଦ୍ଧ ପରମ୍ପରା, ପ୍ରକୃତି ଜ୍ଞାନ ଓ ଖେଳକୁ ପ୍ରଦର୍ଶିତ କରୁଥିବା ଏକ ଗ୍ୟାଲେରୀ ମଧ୍ୟ ରହିବ । ଥରେ ସଂସଦକୁ ସୁସଜିତ କରିବାର ବର୍ତ୍ତମାନ କାମ ଶେଷ ହୋଇ ସାରିବା ପରେ ଦ୍ୱିତୀୟ ପର୍ଯ୍ୟାୟ କାମ ଆରମ୍ଭ ହେବ । ଏଥି ନିମନ୍ତେ କନସେପ୍ଟ ତିଆରି ହୋଇ ସରିଛି । କେବଳ ସେତିକି ନୁହେଁ କଳାକାର ମାନଙ୍କର ମଧ୍ୟ ଚୟନ କରାଯାଇ ସରିଛି ବୋଲି ସେ ସୂଚନା ଦେଇଛନ୍ତି ।
ଭାରତରୁ ଚୋରି ହୋଇ ବିଦେଶକୁ ଚାଲିଯାଇଥିବା ଓ ପରେ ପୁଣି ସ୍ୱଦେଶ ଫେରିଥିବା ପ୍ରସିଦ୍ଧ 14ଟି ମୂର୍ତ୍ତିକୁ ମଧ୍ୟ ସଂସଦର ବିଶିଷ୍ଟ ସ୍ଥାନରେ ରଖାଯିବ । ଏହି ମୂର୍ତ୍ତି ଗୁଡିକ ଅତ୍ୟନ୍ତ ପ୍ରାଚୀନ ଓ ଏଗୁଡିକୁ ତସ୍କରୀ କରି ବିଦେଶରେ ବିକ୍ରୀ କରି ଦିଆଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସ କ୍ରମେ ଏହି 14ଟି ମୂର୍ତ୍ତିକୁ ପୁଣି ଥରେ ସ୍ୱଦେଶ ଫେରାଇ ଅଣା ଯାଇଛି।
ଅଧିକ ପଢ଼ନ୍ତୁ ଭାରତ ଖବର