ଛୁଆଠୁ ବୁଢା ସମସ୍ତେଙ୍କ ମୁହଁରେ ଥିଲା ହସ, ମନରେ ଥିଲା ଖୁସି ଓ ହାତରେ ଥିଲା ରଙ୍ଗ । ଏ ଦୃଶ୍ୟ ଚେତନା ମାନସିକ ଭିନ୍ନକ୍ଷମ ମହାବିଦ୍ୟାଳୟର । ଯେଉଁଠି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ହୋଲି ପାଳନ କରିବା ସହ ରଙ୍ଗରେ ହୋଇଥିଲେ ରଙ୍ଗୀନ । ନିଜ ପରିବାର ଠାରୁ ଦୂରରେ ରହିଥିବା ପିଲାମାନଙ୍କ ମୁହଁରେ ହୋଲି ଆଣିଦେଇଛି ଖୁସିର ମାହୋଲ । ଅବିରରେ ନିଜ ଅନ୍ତେବାସୀଙ୍କୁ ରଙ୍ଗ ଲଗାଇବା ସହ ହୋଲିର ଜଣାଇଥିଲେ ଅଭିନନ୍ଦନ । ଏହି ହୋଲିର ମାହୋଲକୁ ନେଇ ମହାବିଦ୍ୟାଳୟର କର୍ମକର୍ତ୍ତାମାନେ ଖୁସି ପ୍ରକଟ କରିବା ସହ ଅନ୍ତେବାସୀଙ୍କ ମୁହଁରେ ହସ ତାଙ୍କୁ ଆନନ୍ଦିତ କରିଥିବା କହିଛି କଳିଙ୍ଗ ରକ୍ଷକ ଫାଉଣ୍ଡେସନ ।
ସେହିପରି ଭୁବନେଶ୍ଵର ସ୍ଥିତ ମଧୁର୍ମୟୀ ଆଶ୍ରମ ଓ ବନବାସୀ କଲ୍ୟାଣ ଆଶ୍ରମର ଦୃଶ୍ୟ ମଧ୍ୟ ବେଶ ନିଆରା । ବନବାସୀ କଲ୍ୟାଣ ଆଶ୍ରମର ଛୁଆଙ୍କ ହୋଲି ନାଚ ଆଜିର ସେଲିବ୍ରେସନରେ ଚାରଚାନ୍ଦ ଲଗାଇଥିଲା । ନିଜ ସାଙ୍ଗସାଥିଙ୍କୁ ରଙ୍ଗ ଲଗାଇ, ମିଠା ଖାଇ ହୋଲିକୁ କରୁଥିଲେ ପାଳନ। ସେହିପରି ମଧୁର୍ମୟୀ ଆଶ୍ରମର ହୋଲି ସେଲିବ୍ରେସନ ଥିଲା ନିଆରା ଆଉ ଭିନ୍ନ । ନୀଳ ରଙ୍ଗରେ ରଙ୍ଗୀନ ହେଉଥିଲେ ଆଶ୍ରମର ଛାତ୍ର । ନିଜ ସାଙ୍ଗମାନଙ୍କୁ ରଙ୍ଗ ଲଗାଇ ନାଚରେ ଥିଲେ ପୂରା ମସଗୁଲ।
ରାଜଧାନୀ ବଧିର ବିଦ୍ୟାଳୟରେ ହୋଲି ସେଲିବ୍ରେସନ । ଏଠାରେ ଅନେକ ପିଲା ଅଛନ୍ତି ଯେଉଁମାନେ ଶୁଣିପାରୁନାହାନ୍ତି, କିଛି କହିପାରୁ ନାହାନ୍ତି ଓ କିଛି ଦେଖିପାରୁନାହାନ୍ତି । ଗୀତର ତାଳେ ତାଳେ ସେମାନଙ୍କ ନାଚକୁ ଦେଖିଲେ ଯିଏ ନାହିଁ ସେ ହୋଇଯିବ ଆଶ୍ଚର୍ଯ୍ୟ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଅଭିନେତ୍ରୀ ବିଦୁସ୍ମିତା ଦାସ ଯୋଗ ଦେଇଥିଲେ ।