କୋର୍ଟ କହିଛନ୍ତି ସୁମିତ-ଡିମ୍ପଲ ଏକସାଥ୍। ସ୍ଵାମୀ-ସ୍ତ୍ରୀ ଏକାଠି ରହିବା ସପକ୍ଷରେ କୋର୍ଟ। ୭ଦିନ ଯାଏଁ ଏକାଠି ରହିବେ ସ୍ଵାମୀ-ସ୍ତ୍ରୀ। ସାତ ଦିନ ଯାଏଁ କୌଣସି ବାହାର ଲୋକଙ୍କ ସହ ଦୁହେଁ ମିଶିବେନି। ସୁମିତ ଥିବା ଆସିକା ଅଞ୍ଚଳରେ ରହିବାକୁ ନିର୍ଦ୍ଦେଶ। ୭ ଦିନପରେ କୋର୍ଟରେ ହାଜର ହେବେ ସ୍ଵାମୀ-ସ୍ତ୍ରୀ।
୧୧ ଦିନ ଧାରଣାରେ ବସିବା ପରେ ତପସ୍ୱିନୀଙ୍କ ତପସ୍ୟା ସଫଳ ହୋଇଛି। ଶୀତ-ବର୍ଷାକୁ ଖାତିର ନକରି ନିଜ ଜୀବନସାଥିକୁ ପାଇବାକୁ ଜାରି ରଖିଥିଲେ ତପସ୍ୟା। ଆଉ ନିଜ ଜୀବନସାଥିକୁ ପାଇଛନ୍ତି। ମାନ୍ୟବର କୋର୍ଟ ଐତିହାସିକ ନିଷ୍ପତ୍ତ ଶୁଣାଇଛନ୍ତି।