
ଅର୍ଗସ ବ୍ୟୁରୋ : କୋଭିଡ 19 ଗାଇଡଲାଇନ ନମାନି ଡିଆରଡିଏ ହଲରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପଳୀ ଦାସ କାର୍ଯ୍ୟକ୍ରମ କରିଥିଲେ । ଫଳରେ କୋଭିଡ 19 ମାଜିଷ୍ଟ୍ରେଟ ଥାନାରେ ଦିପାଲୀ ଦାସଙ୍କ ବିରୁଦ୍ଧରେ ମାମଲା ଦାୟର କରିଛନ୍ତି। ତେବେ ଏତଲା ପରେ ଦୀପାଳୀଙ୍କ ଭାଙ୍ଗିନି ଅହଙ୍କାର। ମନ୍ତ୍ରୀଙ୍କ ଝିଅ ବୋଲି ସ୍ପଷ୍ଟ ରୂପେ ବାରି ହୋଇପଡୁଛି ଅହଙ୍କାର। ଦୀପାଳୀ ନିଜ ଟ୍ୱିଟ ପେଜରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, କିଛି ନିରାଶ ଓ ହତାଶ ବ୍ୟକ୍ତି ଆଇନ ଉଲ୍ଲଘଂନ ହେଉଥିବା କଥା କହୁଛନ୍ତି ବୋଲି ସେ କହିଛନ୍ତି ଏବଂ ଆହୁରି ମଧ୍ୟ କହୁଛନ୍ତି ସେ ଆଇନକୁ ସମ୍ମାନ ଦିଅନ୍ତି ।
ତେବେ ଥାନାରେ ମାମଲା ଦାୟର କରିଛନ୍ତି ଖୋଦ କୋଭିଡ 19 ମାଜିଷ୍ଟ୍ରେଟ । ଦୀପାଳୀ କାହାକୁ ହତାଶ ଓ ନିରାଶ ବୋଲି କହିଛନ୍ତି । ଦୀପାଳୀ ଯଦି ଆଇନ ଉଲ୍ଲଘଂନ କରିନାହାନ୍ତି ତାହେଲେ କିଭଳି ଏତଲା ହେଲା । ସେ ଲିଖିତ ଅନୁମତି ନେଇ ଝାରସୁଗୁଡା ଡିଆରଡିଏ କନଫରେନ୍ସ ହଲରେ କାର୍ଯ୍ୟକ୍ରମ କରିଥିଲେ କି । ଏସବୁକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଗତ 22 ତାରିଖରେ ଡିଆରଡିଏ କନଫରେନ୍ସ ହଲରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଇଥିଲେ ନବ ଦାସଙ୍କ ଝିଅ ଦୀପାଳୀ ଦାସ । ବଡ଼ କଥା ହେଉଛି ସେ ଏନେଇ କୌଣସି ଲିଖିତ ଅନୁମତି ନେଇନଥିଲେ । ଖାଲି ସେତିକି ନୁହେଁ, କାର୍ଯ୍ୟକ୍ରମରେ ସାମାଜିକ ଦୂରତା ବି ରକ୍ଷା କରାଯାଇନଥିଲା । କୋରୋନା କଟକଣାକୁ ନ ମାନି କାର୍ଯ୍ୟକ୍ରମ କରାଇଥିଲେ ଦୀପାଳୀ । ଯାହାକୁ ନେଇ ପ୍ରଶ୍ନ ଉଠିଥିଲା । ଏନେଇ ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ବି ହୋଇଥିଲା । କାହିଁକି ଦୀପାଳୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ସେନେଇ ବି ପ୍ରଶ୍ନ କରିଥିଲା ଅର୍ଗସ ।
