ଯାହାକୁ ଚିହ୍ନଟ କରିଛନ୍ତି କୋରାପୁଟ ମେଡିକାଲ କଲେଜର ଏକ ସ୍ୱତନ୍ତ୍ର ଡାକ୍ତର ଟିମ୍ । ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ସଂକ୍ରମିତ ହୋଇ 8 ଜଣ ଏବେ କାଲିମେଳା ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଓ ଜଣେ ଛାତ୍ର କୋରାପୁଟ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏହି ଘଟଣା ପରେ ସଜାଗ ହୋଇଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ପ୍ରତେକ ଛାତ୍ର ଛାତ୍ରୀଙ୍କୁ ଚିକିତ୍ସା କରିବା ସହ ସଂକ୍ରମଣ ଯେମିତି ଆଗକୁ କାୟା ବିସ୍ତାର ନକରିବ ସେନେଇ ଅନୁଧ୍ୟାନ କରୁଛି UNISEF ଓ ଏକ ରାଜ୍ୟ ସ୍ତରୀୟ ଟିମ । ସାତ ଜଣିଆ ଡାକ୍ତରୀ ଟିମ ପ୍ରଥମେ ଚିତ୍ରାଙ୍ଗପାଲି ବିଦ୍ୟାଳୟ ଓ ପରେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ଚିତ୍ରାଙ୍ଗପଲ୍ଲୀ ହଷ୍ଟେଲ ରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଟୀକା ଦିଆଯାଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ନଜର ରେ ରଖିଛି ସ୍ୱାସ୍ଥ୍ୟ ବିଭାଗ ।
ଅଧିକ ପଢନ୍ତୁ ଓଡ଼ିଶା ଖବର