ଦିପ୍ତି ରଞ୍ଜନ ଜଣେ ମେଧାବୀ ଛାତ୍ର ଓ ମାଟ୍ରିକରେ ୮୫ ଭାଗ ମାର୍କ ରଖି ପାସ କରିବା କରିଥିଲେ । ପରେ ଖଲ୍ଲିକୋଟ ସ୍ଥିତ ଆର ସି ଏମ ବିଜ୍ଞାନ ମହାବିଦ୍ୟାଳୟରେ +2 ପାସ ଓ +3 ବିଜ୍ଞାନରେ ପଢ଼ୁଥିବା ବେଳେ ଡାକ ତାର ବିଭାଗରେ ଶାଖା ପୋଷ୍ଟ ମାଷ୍ଟ୍ର ଭାବେ କାମ କରୁଥିଲେ l ତେବେ ଅଧିକ ଦରମା ଆଶା କରି ପୋଲିସ କନେଷ୍ଟବଳ ଲିଖିତ ପରୀକ୍ଷାରେ ପ୍ରାୟ ସଫଳତା ପ୍ରଦର୍ଶନ କରି ଶାରୀରିକ ପରୀକ୍ଷା ରେ ଦୌଡୁ ଥିବା ବେଳେ ମାତ୍ର ୨୦୦ ମିଟର ଦୂରତା ଅତିକ୍ରମ ପୂର୍ବରୁ ଶ୍ବାସରୁଦ୍ଧ ହୋଇ ଟଳିପଡିଥିଲେ l
ମୃତ ଦୀପ୍ତି ରଞ୍ଜନଙ୍କ ମୃତ୍ୟୁକୁ ନେଇ ପରିବାର, ସମ୍ପର୍କିୟ, ସାଙ୍ଗ ସାଥି ମହଲରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ପରିବାରକୁ ଖଲ୍ଲିକୋଟ ନଗରପାଳ ନିରଂଜନ ବେହେରା , ୧ ନମ୍ବର କାଉନସିଲର ନାରାୟଣ ପାଢ଼ୀ ,ବ୍ୟବସାୟୀ ନରେନ୍ଦ୍ର କୁମାର ପାତ୍ର ପ୍ରମୁଖ ଭେଟି ସମବେଦନା ଜଣାଇଥିଲେ l
ଅଧିକ ଓଡିଶା ଖବର ପଢନ୍ତୁ
ଡାକ ବିଭାଗର କର୍ମଚାରୀ ମାନେ ଡାକ ଓ ତାର ବିଭାଗ ତରଫରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଆଜି ପ୍ରଦାନ କରିଥିବା ବେଳେ ମୃତ ଦୀପ୍ତିଙ୍କ ବାପା ଗୌରହରି ଅଶ୍ରୁଳ ଓ କୋହ ଭରା କଣ୍ଠରେ ସରକାର ତାଙ୍କ ପୁଅଙ୍କ ବିୟୋଗରେ ବଡପୁଅକୁ ଏକ ସରକାରୀ ଚାକିରି ଯୋଗାଇବା ପାଇଁ ଗଂଜାମ ଜିଲ୍ଲାପାଳ ଓ ପୋଲିସ ଅଧିକ୍ଷକ ତଥା ଡାକ ତାର ବିଭାଗର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଦୀପ୍ତିଙ୍କ ବଡଭାଇ ଯୁକ୍ତ ତିନି ପରେ BED ଶିକ୍ଷା ସମାପ୍ତ କରିଛନ୍ତି। ଏମିତି ବି ଆସେ ମୃତ୍ୟୁ, ପୋଲିସ ବିଭାଗରେ ଚାକିରୀ କରି ଜନ୍ମ ମାଟିର ସେବା କରିବା ସହ ଅଧିକ ରୋଜଗାର କରିବା ଆଶା ରଖିଥିବା ଦୀପ୍ତିଙ୍କ ସ୍ବପ୍ନ ସବୁଦିନ ପାଇଁ ଅଧାରେ ରହିଗଲା ।