ଏନେଇ ପୋଲିସ ମହାନିର୍ଦ୍ଦେଶକ ପ୍ରତିକ୍ରିୟାରେ କହିଛନ୍ତି ଯେ, 7 ଦିନ ତଳେ ଜାଣିବାକୁ ପାଇଥିଲି ଯେ ବର୍ଡର ଅଞ୍ଚଳରେ ଯେଉଁ ଏସଓଜି ଫୋର୍ସ ଅଛନ୍ତି ଏକ ଅପରେସନ ଲଞ୍ଚ କରିଛନ୍ତି । ଏନେଇ ଅପରେସନର ତଦାରଖ କରିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ବର୍ଡର ଅଞ୍ଚଳ ହୋଇଥିବାରୁ ଆଇନ ବ୍ୟବସ୍ଥା ସୁଦୃଢ କରିବା ସହ ନିର୍ବାଚନର ସୁପରିଚାଳନା ନେଇ ସ୍ଥାନୀୟ ଏସପିଙ୍କ ସହ ବୈଠକ କରିଛି । କେତେ ଫୋର୍ସ ନିୟୋଜିତ ହେବେ, କେଉଁ ସବୁ ପଦକ୍ଷେପ ନିଆଯିବ ଏନେଇ ବୈଠକରେ ଆଲୋଚନା କରାଯାଇଛି ବୋଲି ସେ କହିଛନ୍ତି ।
ଦିନିକିଆ ନୂଆପଡା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ
ଅର୍ଗସ ବ୍ୟୁରୋ: ଦିନିକିଆ ନୂଆପଡ଼ା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ୍ । ଏହି ଗସ୍ତରେ ସେ ବିଭିନ୍ନ ଉନ୍ନୟନ ମୂଳକ କାମ ସହ ମାଓ ମୁକାବିଲା ଉପରେ ସମୀକ୍ଷା କରିଛନ୍ତି । ଏହାସହ ମାଓ ଅଞ୍ଚଳରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଆଲୋଚନା କରିଛନ୍ତି । ପୋଲିସ ମହାନିର୍ଦ୍ଦେଶକ ହେବା ପରେ ପ୍ରଥମ ଥର ପାଇଁ ନୂଆପଡ଼ା ଗସ୍ତ କରିଛନ୍ତି ସୁନିଲ କୁମାର ।
ଖୁଲମଖୁଲା ଚାଲିଛି ଗଞ୍ଜେଇ ଚାଲାଣ, ୪ ମାଫିଆ ଗିରଫ

ଅର୍ଗସ ବ୍ୟୁରୋ: ବିପୁଳ ପରିମାଣର ଗଞ୍ଜେଇ ଜବତ, ଏହାସହ ମାଫିଆ ଗିରଫ ହୋଇଥିବା ଜଣାପଡିଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳର ଦୁଇଟି ସ୍ଥାନରୁ ବିପୁଳ ପରିଣାମର ଗଂଜେଇ ସହ ଚାଲାଣରେ ବ୍ୟବହୃତ କାର ଓ ବାଇକ ଜବତ କରିଛି ପୋଲିସ।
ଏହି ଘଟଣାରେ ପୋଲିସ 4ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି। ଅଭିଯୁକ୍ତମାନେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରୁଥିବା ବେଳେ ବିଶ୍ୱସ୍ତସୂତ୍ରର
Download Argus News App
