ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହା ସହ ୨୯ ଟିମ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି । ପ୍ରାୟ ୧୧ହଜାର ଓଆରସି ବଣ୍ଟା ଯାଇଛି । ୨୮ ହଜାରରୁ ଅଧିକ ହାଲୋଜେନ ମେଡ଼ିସିନ ବଣ୍ଟା ଯାଇଛି । ବନ୍ୟାଞ୍ଚଳରେ ପ୍ରାୟ ୧୩୯୦ ଲୋକ ଚିକିତ୍ସା ପାଇଛନ୍ତି । ୩୬ ଜଣ ଡାଇରିଆ ରୋଗୀ ଚିକିତ୍ସିତ ହୋଇଛନ୍ତି । କେହି ବି ହସ୍ପିଟାଲରେ ଭର୍ତି ହୋଇ ନାହାନ୍ତି ।
ଜଳ ଉତ୍ସ ମାନଙ୍କରେ ବ୍ଲିଚିଙ୍ଗ ପାଉଡ଼ର ସ୍ପ୍ରେ କରାଯିବ । ହାତ ସଫା ରଖିବାକୁ ଲୋକଙ୍କୁ ସଚେତନ କରାଯାଉଛି । ଶୌଚ ପରେ ଓ ଖାଇବା ଆଗରୁ ହାତ ସଫା କରିବାକୁ ଲୋକମାନଙ୍କୁ ବୁଝାଯାଉଛି । ଯେଉଁଠି ଆବଶ୍ୟକ ପଡୁଛି ମେଡିକାଲ କ୍ୟାମ୍ପ କରାଯାଉଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।