ଅଧିକାଂଶ ଲୋକଙ୍କ ଠାରେ ଲକ୍ଷଣ ଦେଖାଯାଉନି। ବର୍ତ୍ତମାନ ଆମେ ଏକ କ୍ରସ ରୋଡ଼ରେ ଅଛନ୍ତି । ଭୂତାଣୁ ଟ୍ରାନ୍ସମିଟ ହେଉଛି, ମ୍ୟୁଟାଣ୍ଟ ବି ହେଉଛି । ଯେତେ ମ୍ୟୁଟାଣ୍ଟ ହେବ, ତାର ସଂକ୍ରମଣ ହାର ଅଧିକ ରହିବ । କିନ୍ତୁ ଏହା କେତେ ରୋଗ କରାଇବ, କେତେ ଲୋକ ଡାକ୍ତରଖାନାକୁ ଯିବେ, ତାହା ଜାଣିବା ଲାଗି ଅପେକ୍ଷା କରିବାକୁ ପଡ଼ିବ । ତେଣୁ ଯେଉଁ ମାନଙ୍କ ଠାରେ ଥଣ୍ଡା, ଜ୍ୱର, କାଶ ହେଉଛି, ସେମାନେ କୋଭିଡ ପରୀକ୍ଷା କରାଇ ନେବା ଉଚିତ । ଲୋକ ଅଧିକ ସଚେତନ ହେବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।
କୋରୋନା ଅପଡେଟ ଖବର ପଢନ୍ତୁ ।
ବଢ଼ୁଛି କରୋନା ସଂକ୍ରମଣ, ସତର୍କ ରହିବାକୁ କହିଲେ ନିରଞ୍ଜନ ମିଶ୍ର

ଅର୍ଗସ ବ୍ୟୁରୋ: ସାରା ଦେଶରେ ବଢୁଛି କୋଭିଡ ସଂକ୍ରମଣ। ତେବେ ସଂକ୍ରମଣ ବଢୁଥିବା ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, କେରଳ ଆଦିରେ ସଂକ୍ରମଣ ଉପରକୁ ଯାଇଥିଲା, ଏବେ ସେଠାରେ ସଂକ୍ରମଣ ଖସିବା ଆରମ୍ଭ କଲାଣି ବା ପ୍ଲାଟୋ ଅବସ୍ଥାରେ ରହିଛି । ତେବେ ଆମର ପାର୍ଶ୍ଵବର୍ତ୍ତୀ ରାଜ୍ୟ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଆଦିରେ ବଢ଼ଛି । ସେହି ଅନୁପାତରେ ଆମ ରାଜ୍ୟର ସଂକ୍ରମଣ ବଢ଼ଛି । କିନ୍ତୁ ପୂର୍ବ ଲହର ଭଳି ବୃଦ୍ଧି ହେଉନି । ଏବେ ରାଜ୍ୟରେ 5 ହଜାର ଉପରେ ସକ୍ରିୟ ମାମଲା ଥିବା ବେଳେ ମାତ୍ର 39 ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ICUରେ ଅଛନ୍ତି ।
Download Argus News App
