ଅଧିକ ପଢନ୍ତୁ : ଭିନ୍ନକ୍ଷମଙ୍କ ହାତଧରିଲେ ସମାଜସେବୀ
ଏହାପରେ ପିଲାଟିର ବାପା ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁର ଅଂଚଳ କୁ ଯାଇ ତାଙ୍କ ପୁଅକୁ ଘର କୁ ଆଣିଥିଲେ l ଘର କୁ ଆଣିଲା ବେଳକୁ ପୁଅର ଦୁଇଟି ଆଙ୍ଗୁଠି କାଟିବା ଦେଖି ଅଶୋକ ତାଙ୍କ ପୁଅକୁ ଚିକିତ୍ସା ପାଇଁ ମେଡିକାଲ ନେଇଥିଲେ l ଅନ୍ୟ ପକ୍ଷରେ ଅଶୋକ ଜଣେ ଦିନ ମଜୁରିଆ ହୋଇ ଥିବାରୁ ଅର୍ଥ ସାଜି ଥିଲା ବାଧକ l
ବହୁ ନେତା ମନ୍ତ୍ରୀଙ୍କ ନିକଟକୁ ଯାଇଥିଲେ ସୁଦ୍ଧା ନିରାଶ ହେବାକୁ ପଡିଥିଲା ଅଶୋକଙ୍କୁ l ଅଶୋକ ବହୁ ଦୁଃଖ କଷ୍ଟରେ ତାଙ୍କ ପୁଅକୁ ଚିକିତ୍ସା ପାଇଁ ଘରକୁ ଆଣିବା ପରେ ସେ ମାନସିକ ବିକାର ଗ୍ରସ୍ତ ହେବାସହିତ ଚିକିତ୍ସା ରେ ସହଯୋଗ ନକରିବାରୁ ଗୋଡ଼ ଦୁଇଟିକୁ ଶିକୁଳି ରେ ବାନ୍ଧି ଚିକିତ୍ସା କରୁଛନ୍ତି . ଅତି ଆଶ୍ଚର୍ଯ୍ୟର କଥା ସରକାରଙ୍କ ଭୀମଭୋଇ ଯୋଜନା ଭଳି ବହୁ ଯୋଜନା ଥିଲେ ସୁଦ୍ଧା ବିଜୟ ସାମଲଙ୍କ କାର୍ଯ୍ୟ ରେ ଆସୁନାହିଁ l
ପ୍ରକାଶ ଯେ ପାରା ଲିଗାଲ ଟିମ ଆଜି ଅଶୋକ ସାମଲଙ୍କ ଘରେ ପହଂଚି ବିଜୟ ସାମଲଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିବାକୁ ନେବେ ବୋଲି ବିଶେଷ ସୂତ୍ର ରୁ ଜଣାପଡିଛି lଆମ ରାଜ୍ୟ ଓଡିଶା ରେ ପରିବର୍ତନ ସ୍ବରୂପ ଏଵେ ସରକାର 5ଟି ସେବା ଯୋଗାଇ ଦେଉଥିଲା ବେଳେ ଏଭଳି ଘଟଣା ଘଟିବା ସମ୍ପୂର୍ଣ ନିନ୍ଦନୀୟ ଅଥବା ବର୍ତମାନ ର ରାଜ୍ୟସରକାର ଙ୍କ ଅପାରଗତା କୁ ସ୍ପଷ୍ଟ ପ୍ରମାଣିତ କରୁଛି l