ଅଧିକ ପଢନ୍ତୁ ଓଡ଼ିଶା ଖବର
ସେପଟେ କୃଷି କ୍ଷେତ୍ରରେ ଟପ୍ ୪୦ ଶିକ୍ଷାନୁଷ୍ଠାନ ମଧ୍ୟରେ ୨୨ ତମ ରାଙ୍କରେ ରହିଛି ଓୟୁଏଟି । ପୂର୍ବବର୍ଷର NIRF ରାଙ୍କିଂକୁ ନଜର ପକାଇଲେ ରାଜ୍ୟର ଘରୋଇ ବିଶ୍ୱ ବିଦ୍ୟାଳୟ ଗୁଡ଼ିକ ରାଙ୍କିଙ୍ଗ ସ୍କେଲରେ ଉପରକୁ ଉଠୁଥିବାବେଳେ ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ପଛରେ ପଡୁଥିବା ସ୍ପଷ୍ଟ ହେଉଛି । ଯାହାକୁ ନେଇ ରାଜ୍ୟର ଶିକ୍ଷାବିତ ଚିନ୍ତାବ୍ୟକ୍ତ କରିଛନ୍ତି । ବିଶ୍ୱ ବିଦ୍ୟାଳୟ ଓ କଲେଜ ଗୁଡିକରେ ସାମଗ୍ରିକ ଗୁଣବତ୍ତା ବୃଦ୍ଧି ସହିତ ସବୁ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଭାଗିଦାରୀ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି ଶିକ୍ଷାବିତ ।
ସାମଗ୍ରିକ ଭାବେ ଦେଶର ଶହେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭିତରେ ସୋଆ ୨୬ ନମ୍ବର ରାଙ୍କରେ ଥିବାବେଳେ ୩୭ ତମ ରାଙ୍କିଙ୍ଗ ହାସଲ କରିଛି ଭୁବନେଶ୍ବର ଆଇଆଇଟି । ସେହିପରି ଟପ୍ ହଡ୍ରେଡ ବିଶ୍ୱ ବିଦ୍ୟାଳୟ ତାଲିକାରେ ୧୫ ଓ ୧୬ ରାଙ୍କରେ ସ୍ଥାନ ପାଇଛନ୍ତି ସୋଆ ଓ କିଟ ବିଶ୍ବବିଦ୍ୟାଳୟ । ସବୁ ବିଭାଗର ରାଙ୍କିଂରେ ଘରୋଇ ବିଶ୍ୱ ବିଦ୍ୟାଳୟ ଗୁଡିକ ବାଜିମାତ କରିଛି । ମେଡିକାଲ କଲେଜ କ୍ଷେତ୍ରରେ ସୋଆ ୧୬ ତମ ସ୍ଥାନରେ ଥିବାବେଳେ ଏମ୍ସ ୧୭ତମ ସ୍ଥାନରେ ରହିଛି ।
ସେପଟେ ଉତ୍କଳ ବିଶ୍ବବିଦ୍ୟାଳୟ ପୂର୍ବବର୍ଷ ଅପେକ୍ଷା ସ୍କୋର ଭଲ କରିଥିବା କହିଛନ୍ତି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ । ଉତ୍କଳ ବିଶ୍ବବିଦ୍ୟାଳୟର ସ୍କୋର ୪୩.୪୫ ରହିଛି । କିନ୍ତୁ ଅଧିକ ସ୍କୋପ ନ ମିଳୁଥିବାରୁ ରାଙ୍କ ଖସୁଥିବା କୁଳପତି କହିଛନ୍ତି । ରାଜ୍ୟର ସରକାରୀ ବିଶ୍ୱ ବିଦ୍ୟାଳୟ ଓ କଲେଜରେ ଅନୁନ୍ନତ ଭିତ୍ତିଭୂମି, ଅଧ୍ୟାପକ ଅଭାବ, ରିସର୍ଚ୍ଚ ପାଇଁ ପ୍ରୋତ୍ସାହନ ଅଭାବ ଦୂର କରିବାକୁ ପରାମର୍ଶ ଦେଇଛନ୍ତି ଶିକ୍ଷାବିତ ।