ବାଟବଣା ଶିକ୍ଷା ବ୍ୟବସ୍ଥା। ଭୁଶୁଡ଼ିବା ଅବସ୍ଥାରେ ବିଦ୍ୟାଳୟ । ଏହେଉଛି ଉପାନ୍ତ ମାଲକାନଗିରି ଜିଲ୍ଲା, ଖଇରପୁଟ ବ୍ଲକ ବଣ୍ଡାଘାଟୀର ବଡ଼ବେଲ ଗ୍ରାମର ଅନୁସୂଚିତ ଜାତି ଓ ଜନଜାତି ସରକାରୀ ବାଳିକା ବିଦ୍ୟାଳୟ । ଏଠାରେ ବଣ୍ଡା ଘାଟିର ମୁଦୁଲିପଡ଼ା ଓ ହଣ୍ଡରାହାଲ ପଞ୍ଚାୟତର ବଣ୍ଡା ଛାତ୍ରୀମାନେ ପାଠ ପଢୁଛନ୍ତି । ଅଥଚ ଏଠାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି ।
2008 ମସିହାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏବେ ଏଠରେ 297 ଜଣ ଛାତ୍ରୀ ପାଠ ପଡ଼ୁଛନ୍ତି । ସ୍କୁଲ ରେ ରହିଛି ମୋଟ 7 ଟି ଶ୍ରେଣୀଗୃହ । ହେଲେ ଶ୍ରେଣୀ ଗୃହର ଅବସ୍ଥା ନକହିଲେ ଭଲ । କବାଟ ଝରକା ସବୁ ନଷ୍ଟ ହୋଇଯାଏଛି । ଛାତ ଉପରେ ଭରି ରହିଛି ଅନାବନା ଘାସ । ଜରାଜୀର୍ଣ୍ଣ ଅବସ୍ଥାରେ ଛିଡା ହୋଇଛି ବିଦ୍ୟାଳୟ । ମରଣ ମୁହଁକୁ ଠେଲି ଦିଆଯାଇଛି ବଣ୍ଡା ପିଲାଙ୍କୁ । ପିଲାମାନେ ରହିବା ପାଇଁ ଗୃହ ନାହି । ଶ୍ରେଣୀଗୃହରେ ରହୁଛନ୍ତି । କାନ୍ତରେ ଝୁଲୁଛି ଏମାନଙ୍କର ବହି ବସ୍ତାନି , ସାର୍ଟ ପ୍ୟାଣ୍ଟ ଓ ଯାବତୀୟ ଜିନିଷ । ଏଥିନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ଆଗାମୀ ଦିନରେ ଯଦି ସରକାର ଶିକ୍ଷକ ଯୋଗାଇବା ସହ ବିଦ୍ୟାଳୟ ମରାମତି ଦିଗରେ ଦୃଷ୍ଟି ନଦିଏ ତାହେଲେ ପାଠ ଛାଡିବାକୁ ବାଧ୍ୟ ହେବୁ । ତେବେ ଆଗାମୀ ଦିନରେ ପ୍ରଶାସନ ଏଥିପ୍ରତି ଗୁରୁତ୍ଵ ଦେଉଛନ୍ତି କି ନାହିଁ ତାହା ଦେଖିବାର ବାକି ରହିଲା ।