ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବା ପାଇଁ ଗତ ୨୦୧୮ରେ ୩୦୦ ବେଡକୁ ନେଇ ୭ ମହଲା ବିଶିଷ୍ଟ ୫୦ କୋଟି ଟଙ୍କା ବ୍ୟୟରେ ନୂତନ ବିଲ୍ଡିଂ ନିର୍ମାଣ କରାଯାଇଥିଲା । ମାତ୍ର ତଥାପି ସମସ୍ୟା ସୁଧୁରିଲା ନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୨ଟି ଡାକ୍ତର ପଦବୀ ରହିଥିବାବେଳେ ଏବେ ମାତ୍ର ୩୧ ଜଣ ଡାକ୍ତର କାମ ଚଳାଉଛନ୍ତି। ସେଥିମଧ୍ୟରୁ କିଛି କିଛି ଛୁଟିରେ ଥିବା ବେଳେ ଆଉ କିଏ କିଏ ଟ୍ରେନିଂକୁ ଯାଇଛନ୍ତି ।
ସେପଟେ କେବଳ ଡାକ୍ତର ସମସ୍ୟା ତାହା ନୁହେଁ, ମୁଖ୍ୟ ଚିକିତ୍ସାଳୟରେ ଟେକନିସିଆନ ଅଭାବରୁ ଆଇସିୟୁ ୱାର୍ଡ ଗୁଡ଼ିକ ମଧ୍ୟ ଠିକ ଭାବରେ କାର୍ଯ୍ୟ କରୁନାହିଁ । ସେହିଭଳି ୩ ଟି ଲିଫ୍ଟରୁ ଦୁଇଟି ଦୀର୍ଘଦିନ ହେବ କାର୍ଯ୍ୟ କରୁନାହିଁ । ଫଳରେ ଗୋଟିଏ ଲିଫ୍ଟ ଉପରେ ହିଁ ରୋଗୀମାନେ ଭରସା କରି ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇ ରହୁଛନ୍ତି ।
କେବଳ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଯେ ସ୍ଥିତି ସଙ୍ଗୀନ ତାହା ନୁହେଁ, କାମାକ୍ଷାନଗର ଉପଖଣ୍ଡସ୍ତରୀୟ ମେଡିକାଲରେ ୧୩, ହିନ୍ଦୋଳରେ ୧୦, ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୧ ଫାଙ୍କା ପଡିଛି । ସେହିଭଳି ବେଲ୍ଟିକିରରେ ୧୧,ଓଡ଼ାପଡ଼ାରେ ୧୧, ଖଜୁରିଆ କଟାରେ ୮,କଙ୍କଡ଼ାହାଡ଼ରେ ୯, ଗନ୍ଦିଆରେ ୧୨ ଟି ଲେଖାଏଁ ପଦବୀ ଫାଙ୍କା ପଡିଛି। ସେଥିପାଇଁ ଦେହ ଖରାପ ହେଲେ ଲୋକେ ବାଧ୍ୟ ହୋଇ ଶହ ଶହ କିଲୋମିଟର ଯାଉଛନ୍ତି ।
ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ସ୍ବାସ୍ଥ୍ୟସେବାକୁ ନେଇ ରାଜ୍ୟର ଏହ ବିକଳ ଚିତ୍ର ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପମ୍ଫା ମାଠିଆ ପିଟି ଚିତ୍କାର କରୁଥିବା ସରକାର ରାଜଧାନୀର ଏସି କୋଠରୀ ଛାଡ଼ି ଗ୍ରାଉଣ୍ଡ ଜିରୋକୁ ଗଲେ ଜାଣିପାରିବେ ରାଜ୍ୟରେ କେତେ ଶୃଙ୍ଖଳିତ ସ୍ବାସ୍ଥ୍ୟକ୍ଷେତ୍ର ।
ଆହୁରି ପଢନ୍ତୁ ଓଡିଶା ଖବର...