ସମ୍ମାନନୀୟ ଅତିଥି ଭାବେ ପୂର୍ବତନ ବିଧାୟକ ଧନୁର୍ଜୟ ସିଧୁ, ଓକିଲ ସଂଘର ସମ୍ପାଦକ ଦିବ୍ୟପ୍ରସାଦ ସାହୁ, ଶୀକ୍ଷାଵିତ ଡକ୍ଟର ଭାଗବତ ଲେଙ୍କା ଯୋଗ ଦେଇଥିଲେ। ଏହି କାର୍ଯ୍ୟକାରିଣୀକୁ ରାଜ୍ୟ ଉପସଭାପତି ଦୀପକ କୁମାର ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ନିଜ ବକ୍ତବ୍ୟ ରେ ସାମ୍ବାଦିକ ମାନଙ୍କ ବିଭିନ୍ନ 10 ଦଫା ଦାବି କୁ ସରକାର ଙ୍କ ପାଖରେ ଉପସ୍ଥାପନ କରାଯିବ ଯଦି ସରକାର ସାମ୍ବାଦିକଙ୍କ ଦାବି ନ ଶୁଣନ୍ତି ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରକାଶ କରିଥିଲେ। ଏହି ଜିଲ୍ଲା କାର୍ଯ୍ୟକାରିଣୀରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସାମ୍ବାଦିକ ମାନେ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜର ମତ ରଖିଥିଲେ।
ସାମ୍ବାଦିକଙ୍କ 10ଦଫା ଦାବିକୁ ନେଇ ଆଲୋଚନା

ଅର୍ଗସ ବ୍ୟୁରୋ: ଓଡିଶା ସାମ୍ବାଦିକ ସଂଘ ମୟୁରଭଞ୍ଜ ଜିଲ୍ଲାର କାର୍ଯ୍ୟକାରିଣୀ କରଞ୍ଜିଆ ସହରରେ ଥିବା ପ୍ରଶାନ୍ତି କନଭେନସନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକାରିଣୀରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ପପି ପୃଷ୍ଟି ଯୋଗ ଦେଇଥିଲେ।
Download Argus News App
