ଅର୍ଗସ ବ୍ୟୁରୋ: ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡର ହେବ ପୁନଃ ତଦନ୍ତ । ପୁଣି ଥରେ ପୁରୁଣା ଫାଇଲ ଖୋଲିବ । ଆଜି ବଡଚଣାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ସ୍ମିତାରାଣୀ ଜଣେ ମହିଳା କାମ କରୁଥିବା ବେଳେ BJD ର କୁଜି ନେତା କିଭଳି ତାକୁ ବ୍ୟବହାର କରି ହତ୍ୟା କରିଥିଲେ ତାହା କଣ ମା କୁ ସମାନ ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କ ସ୍ବାମୀ ଆଉ ଥରେ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । ଆମ ସରକାର ତଦନ୍ତ କରିବ । ଆଉ ସାମିଲ ଥିବା ଅପରାଧୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବଡଚଣାରେ ସଦସ୍ୟତା ଅଭିଯାନରେ BJD କୁ କାଉଣ୍ଟର କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଗ୍ରେସରେ ମା ପରେ ବେଟା ଆଉ BJD ରେ ବାପା ପରେ ପୁଅ। ପରଦା ପଛରେ ରହି ଶାସନ ଚଳାଇବେ। CMO ର ଜଣେ ଅଧିକାରୀ ଲୋକଙ୍କ ଦରଖାସ୍ତ ନେଇ କହନ୍ତି ମୁଁ ଲୋକଙ୍କର ସମସ୍ୟା ସମାଧାନ କରିବି। ୨୪ ବର୍ଷର କାଳଖଣ୍ଡ ଲୋକଙ୍କୁ କଷ୍ଟ ଦେଇଥିଲେ।
ଯାଜପୁର ଜଣେ ନେତା କାଳେ ସରକାରଙ୍କୁ ଚଳାଇଥିଲେ। ନିଜର ପତିଆର ଜାହିର କରିବା ପାଈଁ ଜଣେ ନେତା ନିଜକୁ ନବୀନ ବାବୁଙ୍କ କ୍ରିତ ଦାସ କହୁଥିଲେ। ଯାଜପୁରର ୩ ଟି ପାରିବାର ଯାଜପୁର କୁ ଲୁଟିଛନ୍ତି। ବିକାଶ ନାରେ BJD ଲୁଟିଛି ଆଉ ବିନାଶ କରିଛି। ଗାଁକୁ କାମ ଓ ମା କୁ ସମ୍ମାନ ନାଆଁରେ କଣ କରୁଛନ୍ତି ଲୋକ ଦେଖିଛନ୍ତି। ବିଜୁ ବାବୁଙ୍କ ଅଧୁରା ସ୍ବପ୍ନ ପୂରଣ କରିବା ପାଇଁ କଣ ୨୪ ବର୍ଷ ଲାଗିଲା। ଏବେ ବି କହୁଛନ୍ତି ଆମେ ସ୍ବପ୍ନ ପୂରଣ କରିବୁ। ଖଣି ଖାଦାନ ଯାଜପୁର ଥିବା ସତ୍ବେ କଣ ଅବସ୍ଥା ତାହା ଲୋକ ଦେଖୁଛନ୍ତି। ରାଜ୍ୟର ନେତୃତ୍ୱ ନେଉଥିବା କଣ କରିଛନ୍ତି ତାହା ସମସ୍ତେ ଦେଖୁଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଝାରପଡା ଦୁର୍ଗାପୂଜା ସମିତି ଦ୍ୱାରା ଆୟୋଜିତ ଦୁର୍ଗାପୂଜା ଚଳିତବର୍ଷ ୧୪ ବର୍ଷରେ ପଦାର୍ପଣ କରିଛି । ସବୁ ବର୍ଷ ଭଳି ଏଥର ମଧ୍ୟ କିଛି ନୂଆ କରିବାର ପ୍ରୟାସ ଜାରି ରଖିଛି ସମିତି । ଗତ ତେର ବର୍ଷ ଧରି ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ସାଜସଜ୍ଜା ରାଜଧାନୀବାସୀଙ୍କୁ ଆକର୍ଷିତ କରିବା ସହ ଓଡ଼ିଶାର ତଥା ଅନ୍ୟ ରାଜ୍ୟମାନଙ୍କରେ ବହୁ ଆଦୃତ ଓ ପ୍ରଶଂସିତ ହୋଇ ଆସୁଛି । ଚଳିତ ବର୍ଷ ସମିତିର ନିଜସ୍ବ ପରିକଳିତ ଇମ୍ପେରିଆଲ ପ୍ୟାଲେସ୍ ନିର୍ମାଣ କରାଯାଉଛି । ପଶ୍ଚିମବଙ୍ଗର ପ୍ରଖ୍ୟାତ କାରିଗର ସ୍ୱପନ ମାନାଙ୍କ ସହ ୫୦ ଜଣ ସହଯୋଗୀ କାରିଗର ଦେଢ ମାସ ଧରି ତୋରଣ ନିର୍ମାଣ ଦାୟିତ୍ୱରେ ରହିଛନ୍ତି । ତୋରଣର ଉଚ୍ଚତା ୮୫ଫୁଟ୍ ଓ ଚଉଡ଼ା ୧୫୦ ଫୁଟ୍ ରହିଛି ।
ଓଡ଼ିଶାର ପ୍ରତିଷ୍ଠିତ ମୂର୍ତି କାରିଗର ମାନସ ରଞ୍ଜନ ବେହେରାଙ୍କ ଦ୍ୱାରା ‘ମା\' ଦୁର୍ଗାଙ୍କ ମୁଣ୍ମୟୀ ମୂର୍ତି ୧୨ ଫୁଟ ଉଚ୍ଚତାର ହୋଇଥିବା ବେଳେ କଟକର ପ୍ରଖ୍ୟାତ କାରିଗର ଭଗବାନ ବେହେରାଙ୍କ ଦ୍ବାରା ୨୦ ଫୁଟ ଉଚ୍ଚତାର ବୁଲେନ ଓ ସୁନେଲି ମେଢ ତିଆରି କରାଯାଇଛି । ଚଳିତ ବର୍ଷ ‘ମା ଦୁର୍ଗାଙ୍କ ରୂପା ମୁକୁଟ ସହ ପାର୍ଶ୍ଵଦେବତା ମାନେ ଭକ୍ତ ମାନଙ୍କୁ ରୂପା ଅଳଙ୍କାରରେ ଦର୍ଶନ ଦେବେ । ସେହିପରି ଦଶମୀ ତିଥ୍ ସଂନ୍ଧ୍ୟା ୭ଟା ରେ ସମିତି ତରଫରୁ ୪୦ ଫୁଟ ଉଚ୍ଚତାର ରାବଣ ପୋଡ଼ି ସାଙ୍ଗକୁ ବିଭିନ୍ନ ପ୍ରକାର ଆତସ ବାଜି କାର୍ୟ୍ୟକ୍ରମ ଆୟୋଜନ କରାଯାଇଛି । ଗତବର୍ଷ ଭଳି ଝାରପଡ଼ା ଗ୍ରାମସ୍ତ ଦୋଳମେଳଣ ପଡ଼ିଆରେ ରାବଣ ପୋଡ଼ି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବା ନେଇ ପୂଜା କମିଟିର ସଭାପତି ଶିଖର ଚନ୍ଦ୍ର ଜେନା ଓ ସମ୍ପାଦକ ଧରଣୀଧର ଜେନା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଭିଜିବ ଦଶହରା। ଅକ୍ଟୋବର ୬ରେ ଲଘୁଚାପ ସମ୍ଭାବନା ଦେଲା ଭାରତୀୟ ପାଣିପାଗ ବିଭାଗ। ପ୍ରଭାବରେ ୪ ଓ ୫ ତାରିଖରୁ ବର୍ଷାର ସମ୍ଭାବନା ଥିବା ବେଳେ ଭିଜିବ ସାରା ଓଡିଶା। ଭାରତୀୟ ପାଣିପାଗ ବିଭାଗର ଜାରି କରିଥିବା ଦୀର୍ଘମିଆଦୀ ପ୍ରେସ ରିଲିଜ ରେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ଅର୍ଥାତ ୬ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ଓ ତାର ପାଶ୍ୱବର୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ବର୍ତ୍ତମାନ ରାଜ୍ୟରେ କୌଣସି ନିଦିଷ୍ଟ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୫ ଦିନ ଅର୍ଥାତ ୩ ତାରିଖ ଯାଏ ବଡ ବର୍ଷା ନାହିଁ। କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ପରେ ୪ ତାରିଖ ପରେ ପୁଣି ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୧୦୯୦.୮ ମିମି ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୫ ପ୍ରତିଶତ ନିଅଁଟିଆ ବର୍ଷା ରହିଛି। ୧୧୪୪.୩ ମିମି ବର୍ଷା ସ୍ୱାଭାବିକ ରହିବା କଥା। ବର୍ତ୍ତମାନ ସୁଦ୍ଧା ଦୁଇଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଓ ୪ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ସେପଟେ ଗତ ୨୪ ଘଂଟାରେ କାଁଭାଁ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଗଂଜାମ ଶେରଗଡ଼ ରେ ସର୍ବାଧିକ ୪୧. ୦୦ ମିମି ବର୍ଷା ରେକର୍ଡ କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: