ଯିଏ ଯେତେ ପଇସା ଖର୍ଚ୍ଚ କରୁଛି ସେ ଭୋଟ ପାଇଯାଉଛି...
ପୁରୀ: ପୁରୀ ପିପିଲି ବ୍ଲକ ସ୍ଵପ୍ନେଶ୍ଵର ଦେବ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ବଦଳିକୁ ନେଇ ଅସନ୍ତୋଷ ଦେଖାଦେଇଛି । ସ୍କୁଲର ସହକାରୀ ଶିକ୍ଷକ ପର୍ଶୁରାମ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯିବା ନେଇ ସ୍ଥାନୀୟ ସରପଞ୍ଚ, ସ୍କୁଲ ପରିଚାଳନା କମିଟି, ଅଭିଭାବକ ଏବଂ ସ୍କୁଲର ଶିକ୍ଷକମାନେ ବିରୋଧ କରିଛନ୍ତି । ପୂର୍ବରୁ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିବା ସସ୍ମିତା ବେହେରାଙ୍କ କାର୍ଯ୍ୟଶୈଳୀକୁ ଅଭିଭାବକ, ସହକର୍ମୀ, ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ଅଭିଭାବକ ମହଲରୁ ତୀବ୍ର ବିରୋଧ କରାଯାଇଥିଲା ।
ଏହାସହ ଏ ସମ୍ପର୍କରେ ଶିକ୍ଷା ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବୀ ହୋଇଥିଲା । ଅନ୍ୟପକ୍ଷରେ ଏହି ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା କମ ଥିବା ବେଳେ ଉକ୍ତ ସ୍କୁଲର ସହକାରୀ ଶିକ୍ଷକ ପର୍ଶୁରାମ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ସ୍ଥାନୀୟ ଜନସାଧାରଣ ଏବଂ ଶିକ୍ଷକମାନେ ସହଜରେ ଗ୍ରହଣ କରିପାରିନାହାନ୍ତି ।