ସେପଟେ କଳାହାଣ୍ଡି ଧର୍ମଗଡ଼ରେ ଟଙ୍କା ବଣ୍ଟା ଚାଲିଥିବା ଅଭିଯୋଗ ହୋଇଛି । ଗୋଳାମୁଣ୍ଡା ବ୍ଲକ ଅଧିନ ଦଶପୁର ଗ୍ରାମପଞ୍ଚାୟତର ସମିତି ସଭ୍ୟ ସମର୍ଥିତ ଦୁର୍ଗେଶ୍ୱର ସାହୁଙ୍କ ନାମରେ ଆସିଛି ଅଭିଯୋଗ। ଖୁଲମଖୁଲା ପ୍ରାର୍ଥୀ ନିଜେ ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଟଙ୍କା ବାଣ୍ଟି ଲୋକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ପ୍ରାର୍ଥୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳରେ ଦାବି ହେଉଛି।