ଅର୍ଗସ ବ୍ୟୁରୋ: କିଟରେ ଉଦଘାଟିତ ହୋଇ ଯାଇଛି ପ୍ରଥମ ଜନଜାତି ଖେଳ ମହୋତ୍ସବ । କିଟ୍ କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ, ସଂସ୍କୃତି ମନ୍ତ୍ରାଳୟର ଯୁଗ୍ମ ସଚିବ ଉମା ନନ୍ଦୁରୀ ଓ କିଟ୍-କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ରାଜ୍ୟ ସରକାର ତଥା କିଟ ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇ ଯାଇଛି ପ୍ରଥମ ଜନଜାତି ଖେଳ ମହୋତ୍ସବ ।
ପ୍ରଧାନମନ୍ତ୍ରୀ ମୋଦି ଉଭୟ କ୍ରୀଡ଼ା ଓ ଶିକ୍ଷାକୁ ସମାନ ଭାବରେ ଗୁରୁତ୍ବ ଦେଇ ଜନଜାତି ଖେଳ ମହୋତ୍ସବର କଳ୍ପନା କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶର ଅଧିକାଂଶ କ୍ରୀଡ଼ାବିତ୍ ଜନଜାତି ସମ୍ପ୍ରଦାୟରୁ ଆସିଛନ୍ତି। ଏହି ଖେଳ ମହୋତ୍ସବ ଦ୍ବାରା ଜନଜାତି କ୍ରୀଡ଼ାବିତ୍ଙ୍କ ପ୍ରତିଭା ନିଶ୍ଚିତ ଭାବେ ଲୋକଲୋଚନକୁ ଆସି ପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ବାରା ପ୍ରଥମ ଜନଜାତି ମହୋତ୍ସବ ଜର୍ସୀ, ମାସ୍କଟ ଓ ସୂଚନାପତ୍ରିକା ମଧ୍ୟ ଉନ୍ମୋଚିତ ହୋଇଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର