ଏହି ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଭବାନି ଶଙ୍କର ଚଇନୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ସତ୍ୟବ୍ରତ ଛୋଟରାୟ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ (ପରିବାର କଲ୍ୟାଣ) ଡା. ମମତା ମହାପାତ୍ର, ଜିଲ୍ଲା କାର୍ଯ୍ୟ ପରିଚାଳକ ଦିପକ କୁମାର ସାହୁଙ୍କ ସହିତ ରାଜ୍ୟ ସ୍ତରରୁ ସିନିୟର କନସଲଟାନଟ (ସିପି) ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାୟକ, କନସଲଟାନଟ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ଯୋଗ ଦେଇ ସେମାନଙ୍କର ମୁଲ୍ୟବାନ ମନ୍ତବ୍ୟ ପ୍ରଦାନ କରିଥିଲେ । ସନ୍ତୋଷ କୁମାର ଶତପଥି ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଶ୍ରେଷ୍ଠ କାର୍ଯ୍ୟ ନିର୍ବାହି ଆଶା ପୁରସ୍କାର ୮ ଜଣ ଆଶାଙ୍କୁ ଦିଆଯାଇଥିଲା । ପରେ ପରେ ସୁସ୍ଥ ପଂଚାୟତ ପୁରସ୍କାର ୪ ଟି ଗ୍ରାମ ପଂଚାୟତକୁ ଓ ସୁସ୍ଥ ଗାଁ ପୁରସ୍କାର ୧୪ ଟି ଗାଁ କଲ୍ୟାଣ ସମିତିକୁ ଦିଆଯାଇଥିଲା । ଏଥି ସହିତ ଜିଲ୍ଲା ସ୍ତରର କୋଭିଡ ଯୋଦ୍ଧା ପୁରସ୍କାର ୧୭ ଜଣଙ୍କୁ, ଗୋଷ୍ଠୀ ସ୍ତରର ୨୭ ଜଣଙ୍କୁ ଓ ବିଭିନ୍ନ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୪ ଜଣ ଆୟୁଷ ଡାକ୍ତରଙ୍କୁ ସମ୍ନାନିତ କରାଯାଇଥିଲା । ଶେଷରେ ଏକ କୁଇଜ କାର୍ଯ୍ୟକ୍ରମ କରି ବିଜୟି ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ଉତ୍ସାହିତ କରାଯାଇଥିଲା ।