ଆଜି ଆଜେକ୍ସଙ୍କ ପ୍ରେମିକାଙ୍କୁ ଜେରା କରିଛି ପୋଲିସ। ସେ ପୁଣି ୩ଘଣ୍ଟାର ଜେରା କରାଯାଇଛି। ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଥିବା ଘରକୁ ଯାଇ ପୋଲିସ ତାଙ୍କୁ ପଚରାଉଚରା କରିଛି। ବିଭିନ୍ନ ଦିଗକୁ ନେଇ ଟିମ ତାଙ୍କୁ ପଚରାଉଚରା କରିଛି। କାହିଁକି ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପ୍ରେମିକାଙ୍କ ଅନ୍ୟଜଣେ ପୁରୁଷ ବନ୍ଧୁ ରଶ୍ମିଙ୍କ ସହିତ ତାଙ୍କର କଣ ସମ୍ପର୍କ ଅଛି ସେନେଇ ପୋଲିସ ପ୍ରେମିକାଙ୍କୁ ୩ଘଣ୍ଟା ଜେରା କରିଛି।
ଅଧିକ ଖବର ପଢ଼ନ୍ତୁ: ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ପୋଷ୍ଟମୋଟମ ରିପୋର୍ଟରେ ଉଲ୍ଲେଖ
ଆଜେକ୍ସଙ୍କ ଡାକ୍ତରୀ ଛାତ୍ରୀ ପ୍ରେମିକା ତାଙ୍କୁ ଧୋକା ଦେବା ସହ ବିଭିନ୍ନ ବାଟରେ ନିର୍ଯାତନା ଦେଉଥିବାରୁ ସେ ଏଭଳି ଚରମ ନିଷ୍ପତ୍ତ ନେଇଥିବା ଅଭିଯୋଗ ହୋଇଆସୁଛି। ଏମିତିକି ଶୁକ୍ରବାର ରାତିରେ ଆଜେକ୍ସ ସାକ୍ଷାତ କରିବା ସମୟରେ ପ୍ରେମିକା ତାଙ୍କୁ ଶକ୍ତ ଚାପୁଡା ମାରିଥିବା ଏବଂ ତାଙ୍କ ଗୁଣ୍ଡା ବାପା ଜରିଆରେ ଗୋଡ଼ ଭାଙ୍ଗିଦେବା ଭଳି ଧମକ ଦେଇଥିବା ଅଭିଯୋଗ ହୋଇଛି। ତେଣୁ ପ୍ରତାରଣାର ଶିକାର ହେବା ସହ ଜୀବନ ପ୍ରତି ବିପଦ ଥିବାର ଧମକ ପାଇବାପରେ ଆଜେକ୍ସ ଆତ୍ମହତ୍ୟା କରିଛନ୍ତି ବୋଲି ଥାନାରେ ଅଭିଯୋଗ ହୋଇଛି। ଏଣେ ପୋଲିସ ୩୦୬ ଦଫାରେ ମାମଲା ରୁଜୁ କରିଥିଲା। ପ୍ରଥମେ ପୋଲିସ ପ୍ରେମିକା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ଜେରା କରିବାଲାଗି ପାଉ ନ ଥିଲେ।