ଆଜେସ୍କଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଘେରରେ ଆଜେକ୍ସଙ୍କ ପ୍ରେମିକା ତାଙ୍କ ପୁରୁଷ ବନ୍ଧୁ । ଆଇପିସିର ଧାରା 306 ଓ 34 ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ଖାରବେଳ ନଗର ଥାନା ପୋଲିସ । ଖୁବଶୀଘ୍ର ପ୍ରେମିକା ଓ ତାଙ୍କ ପୁରୁଷ ବନ୍ଧୁକୁ ଥାନାକୁ ଡାକି ପଚରା ଉଚରା କରିବ ପୋଲିସ । ପରିବାର ଲୋକଙ୍କ ଅଭିଯୋଗ ପରେ ଆଜେକ୍ସଙ୍କ ମୋବାଇଲ,ବ୍ୟାଙ୍କ ଡିଟେଲସ ଓ ସିଡିଆରକୁ ଆନାଲିସିସ କରୁଛି ପୋଲିସ । ଡିଜେ ଆଜେକ୍ସ ମୃତୁ ପୂର୍ବରୁ କାହା ସହ କେତେ ସମୟ ଓ କେତେ ଥର କଥା ହୋଇଥିଲେ ସେନେଇ ଖୋଳତାଡ଼ କରୁଛି ପୋଲିସ । ସେପଟେ ପରିବାର ଲୋକେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସକୁ ନିବେଦନ କରିଛନ୍ତି ।
ଡିଜେ ଆଜେକ୍ସଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ଗତ 17ତାରିଖ ଦିନ ପ୍ରେମିକା ଓ ଆଜେକ୍ସଙ୍କ ମଧ୍ୟରେ କଣ ଗଣ୍ଡଗୋଳ ହୋଇଥିଲା । କେଉଁ କଥାକୁ ନେଇ ହୋଇଥିଲା । କାହିଁକି ଆଜେକ୍ସଙ୍କୁ ଚାପୁଡ଼ା ମାରିଥିଲେ ପ୍ରେମିକା । କେଉଁ କଥାକୁ ନେଇ ଆଜେକ୍ସଙ୍କୁ ବ୍ଲାକମେଲିଙ୍ଗ କରୁଥିଲେ ପ୍ରେମିକା । ତାଙ୍କ ପାଖରେ କଣ ପ୍ରମାଣ ଥିଲା । ସେନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ । ଆଜେକ୍ସଙ୍କ ମୋବାଇଲ ଲକ୍ କୁ ଖୋଲିବାରେ ସକ୍ଷମ ହୋଇଛି ପୋଲିସ । ଆଜି ପୁଣି ଥରେ ଆଜେକ୍ସ ଯେଉଁ ଘରେ ଆତ୍ମହତ୍ୟା କରିଥିଲେ ସେଠାକୁ ପୋଲିସ ଯାଇ ତଦନ୍ତ କରିଛି । ପୋଲିସ ଆଜେକ୍ସଙ୍କ ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି । ଘରୁ ମିଳିଥିବା ହାତ ଲେଖା ଚିଠିକୁ ହ୍ୟାଣ୍ଡ ରାଇଟିଙ୍ଗ ବ୍ୟୁରୋକୁ ପଠାଇବ ବୋଲି ସୂଚନା ମିଳିଛି ।
ଆହୁରି ପଢନ୍ତୁ ଅପରାଧ ଖବର...