ଅର୍ଗସ ବ୍ୟୁରୋ: ଦ୍ୱିତୀୟ ଦିନରେ ଅମଲା ସଂଘର ମହାଆନ୍ଦୋଳନ ଜାରି। ସମାନ କାମକୁ ସମାନ ଦରମା, ଯୋଗ୍ୟତା ଭିତିରେ ପଦୋନ୍ନତି ଓ ଗ୍ରେଡ୍ ପେ’ ୪ରୁ ୯କୁ ବୃଦ୍ଧି କରିବାକୁ ଦାବିରେ ରାଜ୍ୟବ୍ୟାପୀ ଅମଲା ସଂଘର ଆନ୍ଦୋଳନ ଜାରି ରହିଛି। ତେବେ ଏନେଇ ଆଜି ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନ୍ତଃମନ୍ତ୍ରିସ୍ତରୀୟ ବୈଠକ ବସିବ।
ଆଲୋଚନା ପାଇଁ ଅମଲାମାନଙ୍କ ପ୍ରତିନିଧିଙ୍କୁ ଡକାଯିବ ବୋଲି ସୂଚନା ରହିଛି। ଯୋଗ୍ୟତା ଭିତିକ ଓଆରଏସପି ୨୦୧୭ ପେ ମ୍ୟାଟ୍ରିକ୍ସ ଅନୁଯାୟୀ, ଲେବେଲ-୯ ଗ୍ରେଡ୍-ପେ ୪୨୦୦ ଟଙ୍କା ଦାବିରେ ଆନ୍ଦୋଳନ ଜାରି ରଖିଛି ଅମଲା ସଂଘ ।
ଲେଭେଲ-9 ଦାବିକୁ ନେଇ ଆଜି ଦୁଇଦିନ ହେଲା ଛୁଟିରେ ଅମଲା। ଅଚଳ ସରକାରୀ କଳ ।ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଏକ ମାତ୍ର ଦାବି କନିଷ୍ଠ ସହାୟକମାନଙ୍କୁ ଶିକ୍ଷଗତ ଯୋଗ୍ୟତା ଅନୁସାରେ ନିଯୁକ୍ତିରେ ଲେଭେଲ-9 ଦରମା ଦାବି। ସରକାରଙ୍କ ଉଦାସୀନତା ମନୋଭାବ ପୋଷଣକୁ ଲକ୍ଷ କରି ଆଜି ଠାରୁ ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ପରିସରରେ ସମସ୍ତ ସରକାରୀ ବିଭାଗର ଅମଲା ମାନେ ଏକଜୁଟ ହୋଇ ଧାରଣା ଦେଇଛନ୍ତି ।
ଯାହାଫଳ ରେ ସରକାରୀ କାର୍ଯ୍ୟାଳୟ ମାନଙ୍କ ରେ ସମସ୍ୟା ସୃଷ୍ଟି ହୋଇଛି। ଯଦି ସରକାର ଏମାନଙ୍କ ଦାବି ନଶୁଣନ୍ତି ଆଗାମୀ ଦିନରେ ଏହାକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: