ଅର୍ଗସ ବ୍ୟୁରୋ : ଗତକାଲି ଦୁଇଟି ସ୍ଵଦେଶୀ ଟିକାକୁ DCGI ଅନୁମୋଦନ ଦେବା ପରେ DMET ନିର୍ଦ୍ଦେଶକ ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଆମକୁ ଟିକା ଦେବା ପରେ, ତତକ୍ଷଣାତ ଟିକାକରଣ କରିବୁ। ପ୍ରାଥମିକ ସ୍ତରରେ ପ୍ରସ୍ତୁତ ହୋଇଥିବା ଡାଟାବେସ ଅନୁସାରେ, ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେବା ପାଇଁ ଆମେ କେନ୍ଦ୍ର ପାଖରେ ଦାବି କରିଛୁ। ବୟସ୍କ ଓ ସମ୍ମୁଖ ଯୋଦ୍ଧାଙ୍କ ଡାଟାବେସ ପରବର୍ତ୍ତି ପର୍ଯ୍ୟାୟରେ ପ୍ରସ୍ତୁତ ହେବ।
ଗତ ବର୍ଷ ଜୁଲାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେରମ ଇନଷ୍ଟିଚ୍ୟୁଟ ସିଇଓଙ୍କ ସହ କଥା ହୋଇ ଓଡ଼ିଶାକୁ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। ସେରମ ନିକଟରେ 5 କୋଟି ଟିକା ଥିବାରୁ ଦିନେ ଦୁଇ ଦିନ ଭିତରେ ବିତରଣ ଆରମ୍ଭ କରିପାରେ। ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡର ଗୁଣବତ୍ତା 70ରୁ 90 ପ୍ରତିଶତ। ଭାରତ ବାୟୋଟେକର କୋଭ୍ୟାକ୍ସିନର ଗୁଣବତ୍ତା 90ରୁ 95 ପ୍ରତିଶତ ବୋଲି ବିଶେଷଜ୍ଞ କହୁଛନ୍ତି।
ସେହିପରି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ଼ାକ୍ତର ନିରଂଜନ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପ୍ରାଥମିକ ପର୍ଯ୍ୟାୟରେ 3.27 ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ଆହୁରି ଅଧିକ ପ୍ରସ୍ତୁତ ହେବ। କହି ହେବନି କେବେ ସୁଦ୍ଧା ଟିକା ଆସିବ। ହେଲେ ଆସିବା ମାତ୍ରେ, ଆମେ ଦେବୁ।