କାହିଁକି ନାଁ , ନିଜକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ବ୍ୟାୟାମ କରିବା ବହୁତ୍ ଉପକାରୀ ହୋଇଥାଏ । ବ୍ୟାୟାମ ଏକ ଶାରୀରିକ କ୍ରିୟା ଯାହାଦ୍ୱାରା ଦେହ ସୁସ୍ଥ ରହିଥାଏ । ମଣିଷର ଶାରୀରିକ ଦକ୍ଷତା ବଜାୟ ରଖିବା ନିମନ୍ତେ ବ୍ୟାୟାମ ଅତି ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ସ୍ୱାସ୍ଥ୍ୟପ୍ରଦ ଓଜନ, ସୁସ୍ଥ ସାନ୍ଦ୍ରତା ସମ୍ପର୍ଣ୍ଣ ଅସ୍ଥି, ଶକ୍ତି ସମ୍ପର୍ଣ୍ଣ ମାଂସପେଶୀ, ଗଣ୍ଠିର ଚଳନ କ୍ଷମତା, ସଠିକ ଶରୀର କ୍ରିୟାତତ୍ତ୍ୱ ପ୍ରଦାନ ନିମନ୍ତେ ବ୍ୟାୟାମ ଆବଶ୍ୟକ ।
ନିୟମିତ ଓ ବାରମ୍ବାର ବ୍ୟାୟାମ କଲେ ଇମ୍ମ୍ୟୁନ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ତଥା ହୃତ୍ପିଣ୍ଡ ଓ ରକ୍ତନଳି ରୋଗ। ଡାଏବେଟିସ ଓ ମେଦ ବହୁଳତା ଆଦି ରୋଗ ପ୍ରତିରୋଧ ହୋଇଥାଏ । ବ୍ୟାୟାମଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ, ବିଷାଦ ଦୂର ହୁଏ, ଯୁକ୍ତାତ୍ମକ ମନୋବଳ ବୃଦ୍ଧି ହୁଏ ଏବଂ ସୁସ୍ଥ ଶରୀରର ଯୌନକ୍ଷମତା ବୃଦ୍ଧି ହୁଏ । ଶିଶୁ ମେଦ ବହୁଳତା ବିଶ୍ୱବ୍ୟାପୀ ଏକ ଚିନ୍ତାର ବିଷୟ । ଏହାର ବିବିଧ ଉପକାରୀତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ କର୍ମୀମାନେ ବ୍ୟାୟାମର ଉପକାରୀତାକୁ "ଚମତ୍କାର" ଔଷଧ ଭାବେ ଅଭିହିତ କରିଥାନ୍ତି ।
ତେଣୁ ନିୟମିତ ବ୍ୟାୟାମ କରିବା ନିହାତି ଆବଶ୍ୟକ। ବ୍ୟାୟାମର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓରେ କିଛି ମହିଳା ଶାଢ଼ି ବିନ୍ଧି ବ୍ୟାୟାମ କରୁଛନ୍ତି। ଖୋଲା ଆକାଶ ତଳେ ପାର୍କରେ ତିଆରି କରାଯାଇଥିବା ବ୍ୟାୟାମ ଉପକରଣକୁ ବ୍ୟବାହର କରି ମହିଳାମାନେ ବ୍ୟାୟାକ କରୁଛନ୍ତି। ଯେଉଁମାନେ ଜିମ ଯାଇପାରୁନାହାନ୍ତି, ସେମାନେ ଏହି ପରି ଭାବରେ ପାର୍କକୁ ଯାଇ ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପାଇଁ ଭଲ।ଏହି ମହିଳାମାନଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏହା ସମାଜକୁ ଏକ ଭଲ ମେସେଜ ଦେଉଛି।
ସ୍ଵାସ୍ଥ୍ୟ ଖବର ଆହୁରି ପଢନ୍ତୁ ।