ଉଦ୍ଧବ ଶ୍ରୀ କୃଷ୍ଣଙ୍କ ସାରଥୀ ଥିଲେ । ମହାଭାରତ ସମାପ୍ତ ହୋଇଗଲା ପରେ ଯେତେବେଳେ ଗୋଟିଏ ଦିନ ଶ୍ରୀକୃଷ୍ଣ ନିଜର ସାରଥୀ ଉଦ୍ଧବଙ୍କ ସହ ବସିଥିଲେ। ସେତେବେଳେ ସେ ଉଦ୍ଧବଙ୍କୁ କହିଲେ, ପ୍ରିୟ ଉଦ୍ଧବ ମୁଁ ଏହି ଅବତାରରେ ସମସ୍ତଙ୍କୁ କିଛି ନା କିଛି ବରଦାନ ଦେଇଛି, ତୁମେ ଏପର୍ଯ୍ୟନ୍ତ କିଛି ବରଦାନ ମାଗିନାହିଁ, ଆଜି ମାଗିନିଅ। ତାପରେ ଉଦ୍ଧବ କହିଲେ, ପ୍ରଭୁ ମୋର ଆପଣଙ୍କଠାରୁ ବରଦାନର କୌଣସି ବି ଅଭିଳାଷ ନାହିଁ । କିନ୍ତୁ ହଁ, ମୋ ମନରେ କିଛି ଆଶଙ୍କା ରହିଛି, ଯାହାକୁ ଆପଣ ନିବାରଣ କରିପାରିବେ। ଏବଂ ତାହା ମୋ ପାଇଁ ବରଦାନ ସଦୃଶ ହେବ। ଶ୍ରୀକୃଷ୍ଣ କହିଲେ ଉଦ୍ଧବ, ତୁମର ଏ କଥାରେ ମୁଁ ପ୍ରସନ୍ନ ହେଲି। ଆଜି ମୁଁ ତୁମକୁ ଯାହା କିଛି କହିବି ତାହା ଭବିଷ୍ୟତରେ ଉଦ୍ଧବ ଗୀତା ନାମରେ ପରିଚିତ ହେବ।
ତାପରେ ଉଦ୍ଧବ ଶ୍ରୀକୃଷ୍ଣଙ୍କୁ କେତେଗୁଡିଏ ପ୍ରଶ୍ନ ପଚାରିଥିଲେ। ଯାହାର ବର୍ଣ୍ଣନା ଉଦ୍ଧବ ଗୀତାର ପ୍ରଥମ ଅଧ୍ୟାୟରେ କରାଯାଇଛି। ଏହି କଥା ଅନୁସାରେ ଉଦ୍ଧବ ଭଗବତରେ ଶ୍ରୀକୃଷ୍ଣଙ୍କର ଶଖା ଉଦ୍ଧବ ତାଙ୍କୁ ଏହି ସମ୍ୱନ୍ଧରେ କେତେଗୁଡିଏ ପ୍ରଶ୍ନ ପଚାରିଛନ୍ତି। ସବୁଠାରୁ କଠୋର ପ୍ରଶ୍ନ ଉଦ୍ଧବ, ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ, ହେ କୃଷ୍ଣ ଆପଣ ତ ପାଣ୍ଡବମାନଙ୍କର ମିତ୍ର ଥିଲେ। ସେ ସବୁବେଳେ ଆପଣଙ୍କୁ ଭରଷା କରୁଥିଲେ, ଆପଣ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ଜ୍ଞାତା ଅଟନ୍ତି । କିନ୍ତୁ ଆପଣ ଭଗବତ ଗୀତାରେ ସଠିକ ବର୍ଣ୍ଣନା କରିଛନ୍ତି ବା ଯେଉଁ ପରିଭାଷା ଦେଇଛନ୍ତି, କଣ ଆପଣଙ୍କୁ ଲାଗୁଛି ଆପଣ ସେହି ଅନୁସାରେ ଆପଣ କାର୍ଯ୍ୟ କରିଛନ୍ତି ?
ଆପଣ ଧର୍ମରାଜା ଯୁଧିଷ୍ଟିରଙ୍କୁ ଜୁଆ ଖେଳିବାକୁ କାହିଁକି ମନା କଲେ ନାହିଁ। ଏହା ବି ନୁହେଁ ଯେ, ଆପଣ ଭାଗ୍ୟକୁ ଧର୍ମରାଜଙ୍କ ପାଖକୁ ବି ମୋଡିଲେ ନାହିଁ। ଆପଣ ଚାହିଁଥିଲେ ଏହି ଖେଳ ଆରାମରେ ଜିତିପାରିଥାନ୍ତେ । ଆପଣ କିଛି ନ ହେଲେ ବି ତାଙ୍କୁ ଧନ, ରାଜ୍ୟ ଏମିତିବି ନିଜକୁ ହାରିବାରୁ ମଧ୍ୟ ରକ୍ଷା କରିପାରିଥାନ୍ତେ। ତାପରେ ଯେତେବଳେ ସେ ତାଙ୍କ ଭାଇମାନଙ୍କୁ ବାଜି ଲଗାଇଥିଲେ, ସେତେବେଳେ ଆପଣ ସଭାକକ୍ଷରେ ମଧ୍ୟ ପହଞ୍ଚିସାରିଥିଲେ। କିନ୍ତୁ ଆପଣ କିଛି କଲେ ନାହିଁ। ତାପରେ ଦୁର୍ଯ୍ୟୋଧନ ପାଣ୍ଡବଙ୍କୁ ଦୌପଦିଙ୍କୁ ବାଜିରେ ଲଗାଇବା ପାଇଁ ପ୍ରେରିତ କଲେ ଏବଂ ଜିତିବା ପରେ ହାରିଥିବା ସବୁଜିନିଷକୁ ଫେରାଇ ଦେବାପାଇଁ ଲାଳସା ଦେଖାଇଲେ, ସେତେବେଳେ ତ ଆପଣ ମନା କରିପାରିଥାନ୍ତେ। କିନ୍ତୁ ଆପଣ ସେତେବେଳେ ହସ୍ତକ୍ଷେପ କଲେ ଯେତେବଳେ ଦୌପଦୀଙ୍କର ଚିରହରଣ ହେବାକୁ ଆରମ୍ଭ ହେଲା । ଏମିତିରେ ଆପଣ କଣ ବଞ୍ଚାଇଲେ ? ଯଦି ଆପଣ ସଙ୍କଟ ସମୟରେ ନିଜର ଲୋକମାନଙ୍କୁ ସହାୟତା ନ କରିବେ, ତାହେଲେ ଆପଣଙ୍କୁ କେମିତି ପ୍ରକୃତ ବନ୍ଧୁ ବୋଲି କୁହାଯିବ । କୁହନ୍ତୁ..
ଏହା ଶୁଣି ଭଗବାନ ଶ୍ରୀକୃଷ୍ଣ ସାମାନ୍ୟ ହସି ଦେଇ କହିଲେ, ପ୍ରିୟ ଉଦ୍ଧବ। ଏହା ସୃଷ୍ଟିର ନିୟମ ଅଟେ। କି ବିବେକବାନ ହିଁ ଜିତିଥାଏ। ସେହି ସମୟରେ ଦୁର୍ଯ୍ୟୋଧନ ପାଖରେ ବିବେକ ଥିଲା, ଧର୍ମରାଜଙ୍କ ପାଖରେ ନ ଥିଲା। ଏହି କାରଣରୁ ଧର୍ମରାଜ ପରାଜିତ ହେଲେ। ଦୁର୍ଯ୍ୟଧନ ପାଖରେ ଜୁଆ ଖେଳିବା ପାଇଁ ପଇସା,ଧନ ବହୁତ କିଛି ଥିଲା। କିନ୍ତୁ ତାଙ୍କୁ ଖେଳ ଖେଳିବା ଆସୁନଥିଲା। ଏଥିପାଇଁ ସେ ତାଙ୍କ ଶକୁନି ମାମୁଁଙ୍କୁ ପଶାଖେଳ ଖେଳିବା ପାଇଁ ପ୍ରେରିତ କଲେ। ଏହା ହିଁ ବିବେକ ଅଟେ। ଧର୍ମରାଜ ମଧ୍ୟ ଏହିଭଳି ଭାବରେ କିଛି ଚିନ୍ତା କରିପାରିଥାନ୍ତେ। ତାଙ୍କର ଦାଦା ପୁଅ ଭାଇକୁ କହିପାରିଥାନ୍ତେ। କିନ୍ତୁ ଧର୍ମରାଜ ଏସବୁ କିଛି କଲେ ନାହିଁ।
ଟିକେ ଭାବ , ଯଦି ଶକୁନି ଆଉ ମୁଁ ଖେଳିଥାନ୍ତୁ, ତାହେଲେ କିଏ ଜିତିଥାନ୍ତା। ପଶାର ଅଙ୍କ ତାଙ୍କ ଅନୁସାରେ ଆସିଥାନ୍ତା ନା ମୋ ଅନୁସାରେ। ଏଇ କଥାକୁ ବର୍ତ୍ତମାନ ଛାଡିଦିଅ। ସେ ମୋତେ ଖେଳରେ ମିଶାଇଲେ ନାହିଁ। ଏଥିପାଇଁ ତାଙ୍କୁ କ୍ଷମା ମଧ୍ୟ କରାଯାଇପାରିବ। କିନ୍ତୁ ସେ ବିବେକଶୂନ୍ୟ ହୋଇ ଏକ ବଡ ଭୁଲ କରିବସିଲେ। ସେଇଟା ହେଲା ସେ ମତେ ପ୍ରାର୍ଥନା କରିଲେ କି ? ମୁଁ ସେଇ ପର୍ଯ୍ୟନ୍ତ ସଭାକକ୍ଷକୁ ଆସିବି ନାହିଁ, ଯେ ପର୍ଯ୍ୟନ୍ତ ସେ ମତେ ଡାକିବେ ନାହିଁ। ସମସ୍ତେ ମତେ ଭୁଲିଗଲେ। ଆଉ ଦୌପଦୀ ବି ମତେ ଡାକି ନ ଥିଲେ।
ଯେତେବେଳେ ତାଙ୍କର ବୁଦ୍ଧି ଜାଗ୍ରତ ହେଲା ସେତେବେଳେ ସେ ମତେ ସ୍ମରଣ କଲେ। ଆଉ ମୁଁ କାଳ ବିଳମ୍ୱ ନ କରି ସେଠାରେ ପହଞ୍ଚିଗଲି। ଏଭଳି ସ୍ଥିତିରେ ମୋ ଭୁଲ କଣ ?
ଏହା ଶୁଣି ଉଦ୍ଧବ କହିଲା, ହେ ପ୍ରଭୁ ଆପଣଙ୍କ କଥା ପ୍ରଭାବଶାଳୀ ଅଟେ। ମୋତେ କିନ୍ତୁ ପୂର୍ଣ୍ଣ ସନ୍ତୁଷ୍ଟି ମିଳିଲା ନାହିଁ।
କଣ ମୁଁ ଆଉ ଗୋଟିଏ ପ୍ରଶ୍ନ ଆପଣଙ୍କୁ ପଚାରିପାରିବି?
କୃଷ୍ଣଙ୍କ ଅନୁମତିରେ ଉଦ୍ଧବ କହିଲେ, ଏହାର ଅର୍ଥ ହେଲା ଆପଣ ସେତେବେଳେ ଆସିବେ, ଯେତେବଳେ ଆପଣଙ୍କୁ ଡକାଯିବ। କଣ ସଙ୍କଟରେ ପଡ଼ିଥିବା ଆପଣଙ୍କ ଭକ୍ତକୁ ରକ୍ଷା କରିବା ପାଇଁ ଆପଣ ନିଜ ତରଫରୁ ଆସିପାରିବେ ନାହିଁ।
କୃଷ୍ଣ ପୁଣି ଥରେ ହସି ଦେଇ କହିଲେ, ଉଦ୍ଧବ ଏ ସୃଷ୍ଟିରେ ସମସ୍ତଙ୍କର ଜୀବନ ତାର କର୍ମଫଳ ଅନୁସାରେ ଚଳଚଞ୍ଚଳ ହୋଇଥାଏ । ନା ମୁଁ ଏହାକୁ ଚଲାଏ, ନା କିଏ ଏହା ଉପରେ ହସକ୍ଷେପ କରିଥାଏ। ମୁଁ କେବଳ ଏକ ସାକ୍ଷୀ ଅଟେ। ଉଦ୍ଧବ ପୁଣି କହିଲେ, ପ୍ରଭୁ ତାମାନେ ଆପଣ ଆମ ସହ ରହି ଆମର ସବୁ ଦୁଷ୍କର୍ମକୁ ନିରୀକ୍ଷଣ କରୁଛନ୍ତି। ଆମେ ପାପ ଉପରେ ପାପ କରିଚାଲୁଥିବା ଆଉ ଆପଣ ସାକ୍ଷୀ ହୋଇ ଦେଖୁଥିବେ।
କୃଷ୍ଣ କହିଲେ ଉଦ୍ଧବ, ତୁମେ ମୋ କଥାର ଶବ୍ଦର ଗଭୀରତାକୁ ବୁଝ। ଯେତେବେଳେ ମନୁଷ୍ୟ ଏହା ଜାଣିବାକୁ ଲାଗେ କି ମୁଁ ତାଙ୍କ ପାଖରେ ସାକ୍ଷୀ ହୋଇ ସବୁବେଳେ ଅଛି, ସେତେବେଳେ କୌଣସି ଭୁଲ କରିବ ନାହିଁ। ଧର୍ମରାଜଙ୍କୁ ମଧ୍ୟ ଏହା ଅଜ୍ଞାନ ଥିଲା। ସେ ଭାବିଲେ ମୋତେ ନ ଜଣାଇ ଜୁଆ ଖେଳିବେ, ସେ ଯଦି ଏହା ଭାବିଥାନ୍ତେ ତେବେ ମୁଁ ପ୍ରତ୍ୟେକ ସମୟରେ ତାଙ୍କ ସହିତ ସାକ୍ଷୀ ହୋଇ ଉପସ୍ଥିତ ଅଛି। ତାହେଲେ କଣ ଖେଳର ରୂପ କିଛି ଅଲଗା ହୋଇନଥାନ୍ତା। ଏହା ଶୁଣି ଉଦ୍ଧବ ମନ୍ତ୍ର ମୁଗ୍ଧ ହୋଇଗଲେ। ଏବଂ କହିଲେ ପ୍ରଭୁ ଏହା ଏକ ଗଭୀର ଦର୍ଶନ। ଏବଂ ମୁଁ ମୋର ସମସ୍ତ ପ୍ରଶ୍ନର ଉତ୍ତର ପାଇଲି କୃତାର୍ଥ ହେଲି ହେ ଭଗବନ୍ କୃଷ୍ଣଚନ୍ଦ୍ର।
ତୁମେ କୃପା ସାଗର ଭଗବାନ। ମୁଁ ତୁମକୁ ବାରମ୍ବାର ନମସ୍କାର କରୁଛି।