ଗତ ୧୮ ତାରିଖ ପୂର୍ବାହ୍ନରେ ମଙ୍ଗଳପୁର ବଜାର ସନ୍ନିକଟ ଦିହୁଡ଼ି ସାହି ନିକଟରେ ଘଟିଥିବା ଏକ ରାସ୍ତା ଦୁର୍ଘଟଣାରେ ଶୁଶୁଆ ପଞ୍ଚାୟତ ହିରାପୁର ଅଞ୍ଚଳର ପାଣ୍ଡବ ସାହୁ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ଶବ ମଙ୍ଗଳପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ସଂରକ୍ଷିତ ଥିବା ବେଳେ ତାଙ୍କର କିଛି ସମ୍ପର୍କୀୟ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆସି ମୃତ ପାଣ୍ଡବଙ୍କ ଚକ୍ଷୁଦାନ ନିମନ୍ତେ ପ୍ରସ୍ତାବ ରଖିଥିଲେ ।
ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ହେଲେ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ସମେତ ସ୍ଥାନୀୟ ପୁଲିସ୍ ପ୍ରଶାସନର ଅନୁମୋଦନ ଥିବା ଆବଶ୍ୟକ ଥିବା ଡାକ୍ତର କହିଥିଲେ। ଏଥିରେ ରାଗିଯାଇ ଦୁର୍ବୁତ୍ତମାନେ ଡାକ୍ତର ବେହେରାଙ୍କୁ ଧକ୍କା, ଚାପୁଡ଼ା, ମାରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ଡାକ୍ତର ବେହେରା ପିନ୍ଧିଥିବା ସାର୍ଟକୁ ଚିରି ଦେଇଥିବା ବେଳେ ବେକରେ ପିନ୍ଧିଥିବା ସୁନା ଚେନ୍କୁ ଝାମ୍ପି ନେଇଥିଲେ ।